www.samajalive.in
Thursday, December 11, 2025
14.1 C
Bhubaneswar

ପିଏମସି ବ୍ୟାଙ୍କ ଦୁର୍ନୀତି: ଆର୍ଥିକ ଅନିୟମିତତା ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: ଅର୍ଥନୈତିକ ଅପରାଧର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପଞ୍ଜାବ ଏବଂ ମହାରାଷ୍ଟ ସମବାୟ ବ୍ୟାଙ୍କ(ପିଏମସି) ଦୁର୍ନୀତିରେ ମାମଲା ରୁଜୁ କରିଛି। ଦୁର୍ନୀତି ଆର୍ଥିକ ଅନିୟମିତତା ସଂକ୍ରାନ୍ତ ହୋଇଥିବାରୁ ଇଡି ଏହାର ତଦନ୍ତ କରିବ। ମୁମ୍ବଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିଆସୁଛି। ଶୁକ୍ରବାର ଇଡି ଏହାର ତଦନ୍ତ ଆରମ୍ଭ କରିବା ସହିତ ମୁମ୍ବଇ ଏବଂ ଏହାର ନିକଟବର୍ତ୍ତୀ ୬ଟି ସ୍ଥାନରେ ଚଢ଼ାଉ କରିଛି। ବିଶେଷ କରି ଏହି ଦୁର୍ନୀତିରେ ହାଉସିଂ ଡେଭଲପମେଣ୍ଟ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ(ଏଚଡିଆଇଏଲ) ପ୍ରୋମୋଟର୍ସର ଭୂମିକା କ’ଣ ରହିଛି ସେ ନେଇ ଇଡି ଖୋଳତାଡ଼ କରୁଛି। ମାମଲାରେ ପୂର୍ବରୁ ଏଚଡିଆଇଏଲର ନିର୍ଦେଶକ ରାକେଶ କୁମାର ୱାଧବନ ଏବଂ ତାଙ୍କ ପୁଅ ସାରଙ୍ଗ ୱାଧବନଙ୍କୁ ଗିରଫ କରାଯାଇଛି।

ବ୍ୟାଙ୍କର ମୋଟ ଋଣ ଅର୍ଥରୁ ୭୩ ପ୍ରତିଶ୍ରତ ଏଚଡିଆଇଏଲକୁ ପ୍ରଦାନ କରାଯାଇଛି। ମୋଟ ୪୩୫୫ କୋଟି ଟଙ୍କାର ଋଣ ଇଡି ସ୍କାନରରେ ରହିଛି। ସେଥିରୁ ୨୧୪୬ କୋଟି ଟଙ୍କା ରାକେଶ ୱାଧବନଙ୍କ ଆକାଉଣ୍ଟକୁ ପଠାଯାଇଛି। ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାକେଶଙ୍କ ଆକାଉଣ୍ଟର ବାଲାନ୍ସ ୨୦୦୯ କୋଟି ଟଙ୍କା ରହିଥିଲା। ଆରବିଆଇ ଏହି ଦୁର୍ନୀତି ବିଷୟରେ ଜାଣିବା ପରେ ପ୍ରାରମ୍ଭିକ ତଦନ୍ତ କରିଥିଲା,​‌ ଯେଉଁଥିରେ ବ୍ୟାଙ୍କର ନିର୍ଦେଶକମାନଙ୍କ ଭୂମିକା ସନ୍ଦେହଘେରକୁ ଆସିଥିଲା।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories