ବିଧାୟକଙ୍କ ଘରେ ଇଡି ଚଢଉ
ଭଦ୍ରକ: ସହରର ୪ଟି ସ୍ଥାନରେ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ କରିଛି ଇଡି । ପୂର୍ବତନ ମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଚଢଉ ହୋଇଥିବା ସୂଚନା ମିଳିଛି । ତେବେ କେଉଁ ଆଧାରରେ ଇଡି ଚଢଉ କରିଛି ତାହା ସ୍ପଷ୍ଟ ସୂଚନା ମିଳିନାହିଁ । ଏକକାଳୀନ ୧୦ଟି ସ୍ଥାନରେ ଚଢଉ କରିଛି ଇଡ଼ି । ଭୁବନେଶ୍ୱରର ୪ଟି ଓ ଭଦ୍ରକ ସହରରେ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି । ତେବେ ପ୍ରଫୁଲ୍ଲ ସାମଲ ଙ୍କ ସାବନା ବଜାର ସ୍ଥିତ ଘର ଏବଂ ବରପଦା ଇଂଜିନିୟରିଂ କଲେଜ ର ପୂର୍ବତନ ଅଧକ୍ଷ ଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ ହେଉଛି । ଚଢାଉ ସମୟରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି।
Comments are closed.