www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରବର୍ତନ ନିର୍ଦେଶାଳୟରେ ହାଜର ହେଲେ ରିୟା- ଶୋଭିକ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଏବଂ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ)। ଏହି ମାମଲାରେ ଇଡି ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ହାଜର ହେବାକୁ ସମନ ଜାରି କରିଥିଲା। ଏହା ପରେ ରିୟା ଶୁକ୍ରବାର ଇଡିରେ ହାଜର ହୋଇଛନ୍ତି। ଇଡି ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି। ସେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ଇଡି ସମ୍ମୁଖରେ ହାଜର ହେବାକୁ ରିୟା ପ୍ରଥମେ ମନା କରିଦେଇଥିଲେ। ଏ ନେଇ ସେ ଇଡିକୁ ଏକ ମେଲ୍‌ କରି ଜଣାଇଥିଲେ ଯେ, ଯେପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଶୁଣାଣି ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରା ନ ଯାଉ। ତେବେ ରିୟାଙ୍କ ଏହି ଆବେଦନକୁ ଇଡି ଖାରଜ କରିଦେଇଥିଲା। ଆଜି ଅର୍ଥାତ ଅଗଷ୍ଟ ୭ରେ ରିୟାଙ୍କୁ ଇଡି ନିକଟରେ ହାଜର ହେବାକୁ କୁହାଯାଇଥିଲା। ଏହା ପରେ ରିୟା ଇଡିରେ ହାଜର ହୋଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବଇ ପୁଲିସ କରୁଥିଲାବେଳେ ଇଡି ନିଜ ଆଡୁ ଏହାର ଆର୍ଥିକ ଦିଗ ଉପରେ ନଦନ୍ତ ଆରମ୍ଭ କରିଦେଇଥିଲା। ଇଡିକୁ ସନ୍ଦେହ ହୋଇଥିଲା ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିୟା ତାଙ୍କ ଭାଇଙ୍କ ଜରିଆରେ ଟଙ୍କା ଉଠାଇଥିଲେ। ମୁମ୍ବଇର ଖାର୍‌ ସ୍ଥିତ ରିୟାଙ୍କ ଫ୍ଲାଟ୍‌ ଉପରେ ମଧ୍ୟ ଇଡି ସନ୍ଦେହବ୍ୟକ୍ତ କରିଛି। ତେଣୁ ଆର୍ଥିକ ଦିଗ ଉପରେ ଇଡି ତଦନ୍ତ ଜାରି ରଖିଛି। ସେହିପରି ରିୟାଙ୍କ ଭାଇ ସୋଭିକ୍ ମଧ୍ୟ ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି । ତାଙ୍କୁ ପ୍ରାୟ ୨ ଘଣ୍ଟା ଜେରା କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories