www.samajalive.in
Wednesday, November 19, 2025
26.1 C
Bhubaneswar

ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ

ଡେସ୍କ: ଭାରତୀୟ ରେଳବାଇର ସବୁଜ ପଦକ୍ଷେପ ନୀତି ଅନୁଯାୟୀ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଏବଂ ସର୍ଭିସ ବିଲଡିଙ୍ଗର ଛାତ ଉପରେ ସୌରଶକ୍ତି (ସୋଲାର ପାୱାର ପ୍ଲାଣ୍ଟ) ସ୍ଥାପନ କରିବାକୁ ଯୋଜନା କରିଛି। ଏହି ଯୋଜନାରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବାର୍ଷିକ ପ୍ରାୟ ୨୧ ହଜାର ୮୨୬ କିଲୋୱାଟ କ୍ଷମତା ସମ୍ପନ୍ନ ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଯାହାଫଳରେ ଶକ୍ତି ବ୍ୟୟ ବାବଦକୁ ୧୪ କୋଟି ଟଙ୍କା ସଞ୍ଚୟ ହୋଇପାରିବ।

ଏହି ପ୍ରକଳ୍ପ ଅଧୀନରେ ପୂର୍ବତଟ ରେଳପଥ ୧୪୯ଟି ଷ୍ଟେସନ୍ କୋଠା, ୨୪୮ଟି ସର୍ଭିସ୍ ବିଲଡିଙ୍ଗ, ୬ ହଜାର ୯୨୪ଟି ଆବାସିକ କୋଠା ଏବଂ ୩୬୬ଟି ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ।

- Advertisement -

ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୮୩.୭୯ କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ବ୍ରହ୍ମପୁର-ପଲାସା ରେଳ ସେକ୍ସନରେ ସୌରଶକ୍ତି ସ୍ଥାପନ ବାବଦରେ ପ୍ରାୟ ୯.୧୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଭୁବନେଶ୍ୱର-କଟକ-ପାରାଦୀପ-ଭଦ୍ରକ ରେଳ ସେକ୍ସନ ପାଇଁ ୮.୮୬ କୋଟି ଟଙ୍କା, ଅନୁଗୁଳ ରେଳ ସେକ୍ସନ ପାଇଁ ୯.୪୮ କୋଟି ଟଙ୍କା, ଭୁବନେଶ୍ୱର ମୁଖ୍ୟାଳୟ ସମେତ ନିକଟସ୍ଥ ରେଳବାଇ ଅଞ୍ଚଳ ପାଇଁ ୯.୧୦ କୋଟି ଟଙ୍କା, ଖୋର୍ଦ୍ଧା ରୋଡ଼ – ପୁରୀ ରେଳ ସେକ୍ସନ ପାଇଁ ୮.୭୪ କୋଟି ଟଙ୍କା, ପାରାଦୀପ-କେନ୍ଦୁଝରଗଡ ରେଳ ସେକ୍ସନ ପାଇଁ ୮.୧୦ କୋଟି ଟଙ୍କା, ବିଶାଖାପାଟନମ୍ ଅଞ୍ଚଳ ପାଇଁ ୭.୨୫ କୋଟି ଟଙ୍କା, ବିଶାଖାପାଟନମ୍ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଅଞ୍ଚଳ ପାଇଁ ୭.୧୦ କୋଟି ଟଙ୍କା, ଦୁଭାଡା-ପଲାସା ମୁଖ୍ୟ ଲାଇନ / ନୌପଡା-ଗୁଣୁପୁର / ବିଜୟନଗରମ-ରାୟଗଡା ଅଞ୍ଚଳ ପାଇଁ ୮.୭୮ କୋଟି ଟଙ୍କା ଓ କୋଟାଭାଲାସା-କିରାଣ୍ଡୁଲ ରେଳ ଲାଇନ ପାଇଁ ୭.୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସୂଚନା ଯୋଗ୍ୟ, ରେଳପଥର ମୁଖ୍ୟାଳୟ କୋଠା, ରେଳ ସଦନ ପରି ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଛି। ଚନ୍ଦ୍ରଶେଖରପୁରରେ ରେଳ ସଦନ ଛାତ ଉପରେ ସ୍ଥାପନ କରାଯାଇଥିବା ସୋଲାର ପାୱାର ପ୍ଲାଣ୍ଟ / ନବୀକରଣଯୋଗ୍ୟ ଶକ୍ତି ଉତ୍ସ କ୍ଷମତା ବାର୍ଷିକ ପ୍ରାୟ ୬ ହଜାର ୭୯୦ କିଲୋୱାଟ। ସେହିଭଳି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଧିକାଂଶ ସ୍ଥାନରେ ଲେଭଲ୍ କ୍ରସିଂ ଗେଟ୍ ମାନଙ୍କରେ ମଧ୍ୟ ସୌରଶକ୍ତି / ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ପ୍ରଣାଳୀ ସ୍ଥାପିତ ହୋଇଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories