www.samajalive.in
Saturday, December 6, 2025
15.1 C
Bhubaneswar

ଭଦ୍ରକରେ ହେବ ରାଜ୍ୟର ପ୍ରଥମ କୃଷି-ପରିବେଶ ପର୍ଯ୍ୟଟନ ପାର୍କ

ଭଦ୍ରକ : ଭଦ୍ରକରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଏଗ୍ରୋ-ଇକୋ ଟୁରିଜମ୍‌ ପାର୍କ। ଏଥିପାଇଁ ପ୍ରକଳ୍ପ ଚିଠା ପ୍ରସ୍ତୁତ ହୋଇଛି। ରାଣୀତାଲ ନିକଟ ଜାତୀୟ ରାଜପଥ ପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହି ପାର୍କ ପ୍ରତିଷ୍ଠା ହେବ। କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ପ୍ରସ୍ତାବ ଉପରେ ମଙ୍ଗଳବାର ଜିଲା କାର୍ଯ୍ୟାଳୟରେ ବିଚାର ବିମର୍ଶ ହୋଇଛି। ସୂଚନା ଅନୁଯାୟୀ, ଗତ ଅକ୍ଷୟ ତୃତୀୟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ଅଖିମୁଠି ଅନୁକୂଳ ପାଇଁ ଅତିଥି ହୋଇ ଆସିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବିସ୍ତୃତ ପରିସରକୁ ଦେଖିବା ପରେ ମନ୍ତ୍ରୀ ଶ୍ରୀ ସୂରଜ ଜିଲାପାଳଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏଗ୍ରୋ-ଇକୋ ଟୁରିଜମ ମଡେଲ ପାର୍କ ପ୍ରତିଷ୍ଠା କଥା ଉଠାଇଥିଲେ। ବିଜ୍ଞାନ କେନ୍ଦ୍ରର କିଛି ଅବ୍ୟବହୃତ ଜମିରେ ଉକ୍ତ ପାର୍କ ନିର୍ମାଣ କରାଯିବା ସମ୍ଭବ କି ନୁହେଁ, ତାହା ଆଲୋଚନା କରିଥିଲେ। ପାର୍କଟି ଅତ୍ୟାଧୁନିକ ଓ ଅଭିନବ ହେବା ଉଚିତ ବୋଲି ମନ୍ତ୍ରୀ କହିଥିଲେ। ଏଥିଲାଗି ଏକ ପ୍ରକଳ୍ପ ଚିଠା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେବା ପରେ କେନ୍ଦ୍ରର ବୈଜ୍ଞାନିକ ଓ ଅଧିକାରୀମାନେ ଏହି କାର୍ଯ୍ୟରେ ଲାଗିପଡ଼ିଥିଲେ। ଉକ୍ତ ଚିଠା ଆପାତତଃ ଚୂଡ଼ାନ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ୧୩୦ ଏକର ଜମି ମଧ୍ୟରୁ ମାତ୍ର ୫ ହେକ୍ଟର ଜମିରେ ଏହି ପାର୍କ ନିର୍ମାଣ ହେବ। ବର୍ଷାଦିନେ ଜଳ ନିଷ୍କାସନ ପଥ ସାଜିଥିବା ଜମିରେ ଏକ ବୃହତ୍ତ ଜଳାଶୟ ଖନନ କରାଯାଇ ତହିଁରେ ମାଛ ଚାଷ ସହ ବୋଟିଂ ବ୍ୟବସ୍ଥା ବି ରହିବ। ଏଥିସହିତ ପାର୍କ ପରିସରରେ କୃଷି ବିଜ୍ଞାନ କେନ୍ଦ୍ରର ଗବେଷଣାଭିତ୍ତିକ ଡେମୋ ପ୍ରଦର୍ଶିତ ହେବ। କୁକୁଡା ପାଳନ, ଛତୁ ଚାଷ ଠାରୁ ଆରମ୍ଭ କରି ଖତ ଉତ୍ପାଦନ ଯାଏ ସମସ୍ତ ଗବେଷଣା ଉପଲବ୍ଧିର ଡେମୋ ପ୍ରଦର୍ଶିତ ହେବ। ପାର୍କ ଭିତରେ ପର୍ଯ୍ୟଟକଙ୍କ ଲାଗି ରାତ୍ରିଯାପନର ବ୍ୟବସ୍ଥା ରହିବ। ଏଥିଲାଗି ୪ଟି କଟେଜ ନିର୍ମାଣ ହେବ। ବ୍ୟାୟାମଶାଳା ଓ ଯୋଗ ଆଦି ପାଇଁ ବ୍ୟବସ୍ଥା ରହିବ। ବିିଭିନ୍ନ ପ୍ରକାର ବୃକ୍ଷରାଜି ସହିତ ଔଷଧୀୟ ଗୁଳ୍ମଲତାରେ ପାର୍କକୁ ସୁଶୋଭିତ କରାଯିବ। ପାର୍କ ଭିତରେ ‘ଫାର୍ମାର୍ସ ହଷ୍ଟେଲ’ ବି ରହିବ। ଛୋଟ ପିଲାଙ୍କ ମନୋରଞ୍ଜନ ଲାଗି ମଧ୍ୟ ବ୍ୟବସ୍ଥା ରହିବ। ବିଭିନ୍ନ ଉତ୍ପାଦନ ସାମଗ୍ରୀର ବିକ୍ରୟ କେନ୍ଦ୍ର ସ୍ଥାପନ ହେବ। ରାଜପଥ କଡ଼ରେ ଏହି ପାର୍କ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସଦୃଶ ହେବ ବୋଲି ଆଶା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ବ୍ୟୟ ଅଟକଳ ୨୫ କୋଟି ଟଙ୍କା ରହିଥିବା ଜଣାଯାଇଛି। ସରକାର ଚାହିଁଲେ ଆହୁରି ଅଧିକ ଅର୍ଥ ଏଠାରେ ଖର୍ଚ୍ଚ ହୋଇପାରିବ। ପର୍ଯ୍ୟଟକଙ୍କ ପ୍ରବେଶ ଲାଗି ସର୍ବନିମ୍ନ ଶୁଳ୍କ ବ୍ୟବସ୍ଥା ରହିବ। ଯେଉଁ ଅର୍ଥରେ ପାର୍କର ରକ୍ଷଣାବେକ୍ଷଣ କରାଯିବ। ତେବେ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ମଙ୍ଗଳବାର ଅପରାହ୍ଣରେ ଧୁଷୁରୀ ଗସ୍ତରେ ଆସିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟି ପ୍ରସ୍ତୁତ ପ୍ରକଳ୍ପ ଚିଠାର ନଥିପତ୍ର ଦେଖାଇବା ସହ ଆଲୋଚନା ସାରିଥିବା ଜଣାଯାଇଛି। ତେବେ ଏଥିପାଇଁ ପର୍ଯ୍ୟଟନ ବିଭାଗ ଅଥବା କୃଷି ବିଭାଗ ପକ୍ଷରୁ ଅନୁଦାନ ମଞ୍ଜୁର ହେବ କି ନା କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ଥାଉକି, ରାଣୀତାଲରେ ସ୍ଥାପିତ କୃଷି ବିଜ୍ଞାନ କେନ୍ଦ୍ରଟି ଓୟୁଏଟି ଅଧୀନରେ କାର୍ଯ୍ୟ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories