ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଆଜି +୨ ପରୀକ୍ଷା ଫଳ ପ୍ରକାଶ ପାଇବ। ପରିଷଦ ପକ୍ଷରୁ ମଙ୍ଗଳବାର ଏହି ସୂଚନା ପ୍ରଦାନ କରାଯାଇଛି। ଚଳିତ ବର୍ଷ ଏକକାଳୀନ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩୦ ଜିଲାରେ ମୂଲ୍ୟାୟନ କେନ୍ଦ୍ର ଖୋଲାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨୪ ଲକ୍ଷ ଖାତା ଦେଖାସରିଛି। ଆଜି ଅପରାହ୍ଣ ୪ଟାରେ ପରିଷଦ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ। ପରୀକ୍ଷାର୍ଥୀ ଫଳ ପ୍ରକାଶର ଘଣ୍ଟାକ ପରେ https://results.odisha.gov.in ଓ https://results.digilocker.gov.in/ ଲଗ୍ଇନ୍ କରି ପରୀକ୍ଷା ଫଳାଫଳ ସଂପର୍କରେ ଜାଣିପାରିବେ। ସେହିପରି କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅଧ୍ୟକ୍ଷ/ଅଧ୍ୟକ୍ଷା ସାମ୍ସ ଇ-େସ୍ପସ୍ରୁ ସେମାନଙ୍କ ଶିକ୍ଷାନୁଷ୍ଠାନର ପରୀକ୍ଷା ଫଳ ଏବଂ ଟାବୁଲେସନ୍ ରେଜିଷ୍ଟର ପାଇପାରିବେ।
Popular Categories



