www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଫାଇନାଲ: ଆୟୁଷ ଚମ୍ପିଅନ, ଜଗଦିଶ ରନର୍ସ

ଫୁଲବାଣୀ: ଫୁଲବାଣୀ କନ୍ଧମାଳ ଷ୍ଟାଡିଅମ ପରିସରରେ ଥିବା ଇନଡୋର ଷ୍ଟାଡିଅମରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ୟୋନେକ୍ସ ସନରାଇଜ ଓସବା ଅଲ ଓଡିଶା ସିନିଅର ରେଙ୍କିଙ୍ଗ ବ୍ୟାଡମିଣ୍ଟନ ଫାଇନାଲ ଖେଲ ଶେଷ ହୋଇଯାଇଛି । କନ୍ଧମାଳ ଜିଲା ବ୍ୟାଡମିଣ୍ଟନ ଆସୋସିଏସନର ଆୟୋଜନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅନୁଗୋଳ ଜିଲାର ଆୟୁଷ ଦାସ୍  ସିଙ୍ଗଲ୍ସ ଚମ୍ପିଅନ ଭାବରେ ବିବେଚିତ ହୋଇଥିବା ବେଳେ ଖୋର୍ଦ୍ଧାର କାଲାଗା ଜଗଦିଶ ରନର୍ସ ବିବେଚିତ ହୋଇଛନ୍ତି ।
ସେହିପରି ମହିଳା ସିଙ୍ଗଲ୍ସ ଚମ୍ପିଅନ ଭାବରେ ସିନ୍ଦରଗଡ ଜିଲାର ଗୀତାଶ୍ରୀ ଦେ ଚମ୍ପିଅନ ଓ ଖୋର୍ଦ୍ଧାର ହର୍ଷିତା ରାଉତ ରନର୍ସ ହୋଇଛନ୍ତି । ପୁରୁଷ ଡବଲ୍ସରେ ଖୋର୍ଦ୍ଧାର ଡିବିଏସ ଚନ୍ଦ୍ର କୁମାର ଓ ତାଙ୍କ ପାର୍ଟନର କାଲାଗା ଜଗଦିଶ ଚମ୍ପିଅନ ଏବଂ ନିର୍ବାଣ ମଣ୍ଡଲ ଓ ତାଙ୍କ ପାର୍ଟନର ତନ୍ମୟ କୁମାର ସାହୁ ରନର୍ସ ହୋଇଛନ୍ତି । ସେହିପରି ମହିଳା ବର୍ଗର ଡବଲ୍ସରେ ପ୍ରଗତି ପରିଡା ଓ ତାଙ୍କ ପାର୍ଟନର ବିଶାଖା ଟୋପୋ ଚମ୍ପିଅନ ଏବଂ ହର୍ଷିତା ରାଉତ ଓ ତାଙ୍କ ପାର୍ଟନର ପୁର୍ବା ପ୍ରତ୍ୟାଶା ପଣ୍ଡା ରନର୍ସ ବିବେଚିତ ହୋଇଛନ୍ତି ଏବଂ ମିକ୍ସ ଡବଲ୍ସ ରେ ଚମ୍ପିଅନ ଭାବରେ ତନ୍ମୟ କୁମାର ସାହୁ ଓ ହର୍ଷିତା ରାଉତ ଚମ୍ପିଅନ ଏବଂ ଆୟୁଷ ଦାସ ଓ ପୁର୍ବା ପ୍ରତ୍ୟାଶା ଜୋଡି ରନର୍ସ ବିବେଚିତ ହୋଇଛନ୍ତି।
ଟୁର୍ଣ୍ଣାମେଣ୍ଟ ର ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଅତିରିକ୍ତ ଜିଲାପାଳ ରମେଶଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ କନ୍ଧମାଳ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦି,ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ  ଗଦାଧର ପାତ୍ର ପ୍ରମୁଖ  ଯୋଗ ଦେଇ କୃତି ଖେଳାଳି ମାନଙ୍କୁ ପୁରସ୍କାର ରାଶୀ ଏବଂ ଟ୍ରଫି ପ୍ରଦାନ କରିଥିଲେ ।
ଏହି ଅବସରରେ ତାଙ୍କ ସହିତ କନ୍ଧମାଲ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ର ସଭାପତି ତଥା ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳି ଅଶୋକ କୁମାର ପଟ୍ଟନାୟକ,ସମ୍ପାଦକ ତଥା ଟୁର୍ଣ୍ଣାମେଣ୍ଟର ଅର୍ଗାନାଇଜର  ଦୀପକ ରଞ୍ଜନ ମହାନ୍ତି, ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ଶୈଳେନ୍ଦ୍ର ଚୌଧୁରୀ, ଟୁର୍ଣ୍ଣାମେଣ୍ଟର କୋଡିନେଟର ପ୍ରଶାନ୍ତ କୁମାର ବେହେରା ଓ ଅସୀମ କୁମାର ନାୟକ, ଆସୋସିଏସନର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କୁମାର ପାତ୍ର, ଉପସଭାପତି ସନ୍ୟାସୀ ବାରିକ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ସାହୁ,ସଦସ୍ୟ ମାନସ କୁମାର ପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ତିନି ଦିନିଆ  ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ରେଫରୀ ଭାବରେ ସୁଧିର କୁମାର ମିଶ୍ର ଏବଂ ତାଙ୍କର ସଯୋଗୀ ମାନେ ମ୍ୟାଚ୍କୁ ପରିଚାଳନା କରିଥିଲେ। ତେବେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଏବଂ ରାଷ୍ଟି୍ରୟ ସ୍ଥରର ଖେଳାଲି ମାନେ ଭାଗ ନେଇଥିବା ବେଳେ ସେମାନଙ୍କର ଏହି ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କନ୍ଧମାଳ ଜିଲ୍ଲାର ଯୁବ ପୀଢୀର ଖେଳାଲି ମାନଙ୍କୁ ଉତ୍ସାହ ଯୋଗାଇବ ବୋଲି ଅତିଥିମାନେ କହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories