www.samajalive.in
Sunday, December 7, 2025
23.1 C
Bhubaneswar

୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି ନିର୍ଦ୍ଦେଶ

ଡେସ୍କ: ଭାରତୀୟ ନିର୍ବାଚନ କମିଶନ ଆଜି ଓଡିଶାର ୮ ଜଣ ଭାରତୀୟ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶନାମା ଆସିଛି। ନିର୍ବାଚନ କମିଶନ ସମ୍ପୃକ୍ତ ୮ ଜଣ ଅଧିକାରୀଙ୍କୁ ନିର୍ବାଚନ ସହ ଜଡିତ ନ ଥିବା ସ୍ଥାନକୁ ବଦଳି କରିବାକୁ କହିଛନ୍ତି। ଏଥିରେ ୨ ଜିଲ୍ଲାପାଳ , ୫ ଏସପି ଓ ଜଣେ ଆଇଜିଙ୍କୁ ବଦଳି କରାଯିବାକୁ ନିର୍ଦ୍ଦେଶ ଆସିଛି।

ନିର୍ବାଚନକୁ ଅଳ୍ପ ଦିନ, ବଢୁଛି ଶଙ୍ଖୁଆଙ୍କ ଚାହିଦା

- Advertisement -

ସୂଚନା ଅନୁଯାୟୀ, କଟକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସମେତ ଅନୁଗୁଳ, ବ୍ରହ୍ମପୁର, ଖୋର୍ଦ୍ଧା, ରାଉରକେଲା ଓ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଏବଂ କେନ୍ଦ୍ରାଞ୍ଚଳ ଆଇଜିଙ୍କ ନାଁ ଏହି ବଦଳି ତାଲିକାରେ ରହିଛି।
ଏହି ବଦଳି ତାଲିକାରେ ଅଛନ୍ତି –
୧. ବିନୀତ ଭରଦ୍ୱାଜ – ଜିଲ୍ଲାପାଳ, କଟକ
୨. ପାରୁଲ ପଟୱାରୀ – ଜିଲ୍ଲାପାଳ, ଜଗତସିଂହପୁର
୩. ସୁଧାଂଶୁ ଶେଖର ମିଶ୍ର – ଆରକ୍ଷୀ ଅଧିକ୍ଷକ, ଅନୁଗୁଳ
୪. ଶ୍ରବଣ ବିବେକ ଏମ – ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର
୫. କନୱର ବିଶାଲ ସିଂହ – ଆରକ୍ଷୀ ଅଧିକ୍ଷକ, ସୁନ୍ଦରଗଡ଼
୬. ଯୁଗକ କିଶୋର ବନୋଥ – ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା
୭. ମିତ୍ରଭାନୁ ମହାପାତ୍ର – ଆରକ୍ଷୀ ଅଧିକ୍ଷକ, ରାଉରକେଲା
୮. ଆଶିଷ ସିଂହ – କେନ୍ଦ୍ରାଞ୍ଚଳ ଆଇଜି


ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଏହି ସବୁ ଅଧିକାରୀଙ୍କ ବଦଳରେ ନିଯୁକ୍ତି ନିମନ୍ତେ ପ୍ରତ୍ୟେକ ସ୍ଥାନ ପାଇଁ ୩ ଜଣ ଲେଖାଏଁ ଯୋଗ୍ୟ ଅଧିକାରୀଙ୍କ ନାଁ ଦେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories