www.samajalive.in
Sunday, December 7, 2025
15.1 C
Bhubaneswar

ଏସ୍‌ସିବିରେ ହେବ ଥାଲାସେମିଆ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ : କଟକ ବଡ଼ ମେଡିକାଲ ହେମାଟୋଲୋଜି ବିଭାଗରେ ସଫଳତାର ସହିତ ରକ୍ତ କର୍କଟ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ଆରମ୍ଭ ହେବା ପରେ ଥାଲାସେମିଆ ରୋଗୀଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ଆରମ୍ଭ ହେବ। ପ୍ରଥମଥର ପାଇଁ ମେଡିକାଲରେ ଏହି ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ଗ୍ରହୀତାଏବଂ ଅସ୍ଥିମଜ୍ଜା ଦାତା ପ୍ରସ୍ତୁତ ରହିଛନ୍ତି। ଥାଲାସେମିଆ ରୋଗ ନିରୂପଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଏସ୍‌ସିବିରେ ଉପଲବ୍ଧ ରହିଛି। ଥାଲାସେମିଆ ରୋଗୀଙ୍କ ହେମାଟୋଲୋଜି ବିଭାଗ ପକ୍ଷରୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପ୍ରତିରୋପଣ ତାଲିକାରେ ଆଗରେ ରହିଛନ୍ତି ୩ବର୍ଷର ଥାଲାସେମିଆ ଶିଶୁର ଅସ୍ଥିମଜ୍ଜା ପ୍ରତିରୋପଣ କରାଯିବ। ଉକ୍ତ ଶିଶୁର ଭାଇ ଶରୀରରୁ ଅସ୍ଥିମଜ୍ଜା ଅଣାଯାଇ ୩ ବର୍ଷ ଶିଶୁ ପୁତ୍ର ଶରୀରରେ ପ୍ରତିରୋପଣ କରାଯିବ। ଖୁବ୍‌ଶୀଘ୍ର ପ୍ରତିରୋପଣ ଆରମ୍ଭ ହେବ ବୋଲି ପ୍ରଫେସର ଡା. ଆର.କେ. ଜେନା କହିଛନ୍ତି। ସୂଚନାଥାଉକି, ଥାଲାସେମିଆ ଏକ ରକ୍ତହୀନତା ବଂଶାନୁଗତ ରୋଗ। ଏଥିରେ ଛୁଆର ଜୀବନ ପ୍ରତି ବିପଦ ଥାଏ। ଏଥିପାଇଁ ସାଧାରଣତଃ ଦୁଇ ପ୍ରକାରର ଚିକିତ୍ସା କରାଯାଉଛି। ପ୍ରଥମ ହେଲା ରକ୍ତ ଦେବା। ରକ୍ତ ମାଧ୍ୟମରେ ଶିଶୁକୁ ଲାଲ ରକ୍ତ କଣିକା (ଆରସିବି) ଦିଆଯାଏ। ୧୫ ଦିନରୁ ମାସକ ଭିତରେ ଶିଶୁକୁ ଗୋଟିଏ ୟୁନିଟ୍‌ ରକ୍ତ ଦେବାକୁ ପଡିଥାଏ। ବାରମ୍ବାର ରକ୍ତ ଦେବା ଯୋଗୁଁ ଶିଶୁ ଶରୀରରେ ଲୌହମାତ୍ରା ବଢ଼ିଯାଏ। ଲୌହ ଅଂଶ ଶରୀରରେ ଜମା ହୋଇ ଲିଭର ସିରୋସିସ୍, କାର୍ଡିଓମାୟୋପାଥୀ, ତ୍ୱଚାର ରଙ୍ଗ କଳା ପଡ଼ିଯିବା, ଫ୍ଲୁ ଡାଏବେଟିସ୍ ହେବାର ଆଶଙ୍କା ଥାଏ। ଦ୍ବିତୀୟଟି ହେଲାଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ)। ଏହି ଚିକିତ୍ସା ପଦ୍ଧତି ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ଆରମ୍ଭ ହୋଇନଥିବା ବେଳେ ଏବେ ଏସ୍‌ସିବି ଆରମ୍ଭ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories