www.samajalive.in
Thursday, December 11, 2025
15.1 C
Bhubaneswar

‘ସମାନ ଭୋଟର କାର୍ଡ ନମ୍ବର ଥିଲେ ମତଦାତା ନକଲି ନୁହେଁ ’

ନୂଆଦିଲ୍ଲୀ: ଭୋଟର ଫଟୋ ପରିଚୟ ପତ୍ର (ଇପିଆଇସି)ନମ୍ବରର ଜାଲିଆତି ବା ଏକାଧିକ ବ୍ୟବହାର ନକଲି ମତଦାତାକୁ ସୂଚିତ କରି ନଥାଏ ବୋଲି ଭାରତର ନିର୍ବାଚନ ଆୟୋଗ (ଇସିଆଇ) ରବିବାର ସ୍ପଷ୍ଟ କରିଛନ୍ତି। ଏକାଧିକ ମତଦାତା ବା ଭୋଟରଙ୍କ ଇପିଆଇସିରେ ସମାନ ନମ୍ବର ରହିଥିବାରୁ ସେମାନଙ୍କୁ ନକଲି ଭୋଟର ବୋଲି କୁହାଯାଉଥିବାବେଳେ ଇସିଆଇ ଏହାକୁ ଖଣ୍ଡନ କରିଛନ୍ତି। ଇସିଆଇ କହିଛନ୍ତି ଯେ ଇପିଆଇସି ନମ୍ବରକୁ ନକଲି କରାଯିବା ଦ୍ବାରା ଭୋଟର ଜଣଙ୍କ ନକଲି ହୋଇ ନଥାଏ। ଇପିଆଇସି ନମ୍ବର ସମାନ ରହିଥିବାବେଳେ ସେଥିରେ ଥିବା ଅନ୍ୟ ସବୁ ତଥ୍ୟ ଯେପରିକି ଡେମୋଗ୍ରାଫିକ୍ ତଥ୍ୟ, ବିଧାନସଭା ନିର୍ବାଚନ ମଣ୍ଡଳୀ, ମତଦାନ କେନ୍ଦ୍ର ଆଦି ଅଲଗା ରହିଥାଏ। ତେଣୁ ଏହିସବୁ ତଥ୍ୟ ଅସମାନ ଥିବା କାରଣରୁ ଭୋଟର ନକଲି ନୁହନ୍ତି। ସମାନ ପ୍ରକାର ଇପିଆଇସି ନମ୍ବର ଏକାଧିକ ଭୋଟରଙ୍କୁ ଦିଆଯାଇଥାଏ। ଡିସେଣ୍ଟ୍ରାଲାଇଜ୍‌ଡ ଆଣ୍ଡ ମାନୁଆଲ ମେକାନିଜିମ୍ କାରଣରୁ ସମାନ ପ୍ରକାର ଇପିଆଇସି ନମ୍ବର ପ୍ରଦାନ କରାଯାଉଛି। ଇପିଆଇସି ନମ୍ବର ସମାନ ରହିବା ସତ୍ତ୍ବେ ଜଣେ ଭୋଟର ନିଜର ନିର୍ଦ୍ଧାରିତ ମତଦାନ କେନ୍ଦ୍ରରେ ଭୋଟ ଦେଇପାରିବେ। କେତେକ ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏକାଧିକ ଭୋଟରଙ୍କୁ ସମାନ ପ୍ରକାର ଇପିଆଇସି ନମ୍ବର ପ୍ରଦାନ କରିବାକୁ ନେଇ ବିବାଦ ଦେଖାଯାଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଏକାଧିକ ଭୋଟରଙ୍କୁ ସମାନ ପ୍ରକାର ଇପିଆଇସି ନମ୍ବର ପ୍ରଦାନ କରାଯାଇଥିବାରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡିକ ଏହା ଉପରେ ଆପତ୍ତି ଉଠାଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ୫ମାସରେ ୩୯ଲକ୍ଷ ନକଲି ଭୋଟର ସୃଷ୍ଟି କରାଯାଇଥିଲା।
ଆଗାମୀ ଦିନରେ ଦେଶର ଭୋଟରଙ୍କ ଅଲଗା ଅଲଗା ଇପିଆଇସି ନମ୍ବର ବା ସ୍ବତନ୍ତ୍ର ଭୋଟର ନମ୍ବର ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଏରୋ​‌େ​‌ନଟ୍ ପ୍ଲାଟଫର୍ମର ବିକାଶ କରାଯାଉଛି। ଏରୋନେଟ୍ ଫ୍ଲାଟଫର୍ମରେ ସମସ୍ତଙ୍କୁ ଆଇଡେଣ୍ଟିକାଲ ଭୋଟର ନମ୍ବର ପ୍ରଦାନ କରାଯିବ। ଏଥିରେ ନକଲ ବା ସମାନ ପ୍ରକାର ନମ୍ବର ଭଳି ଦ୍ବନ୍ଦ୍ବକୁ ଦୂର କରାଯିବ। କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟରଙ୍କ ସମାନ ପ୍ରକାର ଇପିଆଇସି ନମ୍ବର ଥିବା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଇସିଆଇ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories