ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
୭୧ଟି ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଜୋନରେ ୬୬.୫୧ଲକ୍ଷ ମତଦାତା
ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳମାନଙ୍କ ସହ ଆଭାସୀ ବୈଠକ କରିଛନ୍ତି । ବୈଠକ ପରେ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଭୋଟ ପ୍ରଚାର ସାରିବା ପରେ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ବାହାର ଅଂଚଳର ଲୋକ ନିର୍ବାଚନ ହେଉଥିବା ଅଞ୍ଚଳ ଖାଲି କରିବା ପାଇଁ ନିର୍ଦେଶ ରହିଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ବୁଦବାର ୧୬ ତାରିଖରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ, ୧୬୬୯ ସମିତି ସଭ୍ୟ, ୨୨ ହଜାର ୩୭୯ ୱାର୍ଡ ମେମ୍ବର ପଦ ପାଇଁ ଭୋଟ ଗ୍ରହଣ ହେବ। ୬୬ ଲକ୍ଷ ୫୧ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ।
ପୋଲିଂ ଅଧିକାରୀମାନେ ୧୪ ତାରିଖ ଓ ୧୫ ତାରିଖରେ ବୁଥକୁ ଯିବେ। କେତେ ସମ୍ବେଦନଶୀଳ ବୁଥ ରହିଛି ଓ ଏହାର ଚିହ୍ନଟ ଚାଲିଛି । ସେହିସବୁ ବୁଥରେ ଅଧିକ ପୁଲିସ ରହିବେ ଓ ଭିଡିଓଗ୍ରାଫି କରାଯିବ। ଷ୍ଟ୍ରଙ୍ଗ ରୁମରେ ସିସିଟିଭି ଖଞ୍ଜା ଯିବ। ଯେଉଁ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେଉଛି।
ପୌରାଞ୍ଚଚଳ ପାଇଁ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି । ରାଜନୈତିକ ଦଳଙ୍କୁ ମଧ୍ୟ ପ୍ଦାରନ କରାଯାଇଛି। ପ୍ରଥମ ଥର ପାଇଁ ଇଭିଏମରେ ନୋଟା ରହିବ। ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ। ଗୋଯିଏ ବୁଥରେ ଦୁଇଟି ଇଭିଏମ ରହିବ । ଇଭିଏମ ଉପରେ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ପିଙ୍କ, ମେୟର ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର ବ୍ୟାଲଟ ପେପର ରହିବ।
Comments are closed.