ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ପାଇଁ ଲାଗୁ ହେବ ଆଚାର ସଂହିତା

0

ନୂଆଦିଲ୍ଲୀ: ଫେସବୁକ, ଟ୍ୱିଟର, ୟୁଟୁବ ଏବଂ ଅନ୍ୟାନ୍ୟ ସାମାଜିକ ଗଣାମାଧ୍ୟମଗୁଡିକରେ ସ୍ୱୀକୃତି ନଥାଇ ଦିଆଯାଉଥିବା ବିଜ୍ଞାପନ ଉପରେ କଟକଣା ଜାରୀ କରିବା ପାଇଁ ନିର୍ବାଚନ କମିଶନ ନୂଆ ଆଚାର ସଂହିତା ଲାଗୁ କରିବେ। ଏ ସମ୍ପର୍କରେ ବମ୍ବେ ହାଇକୋର୍ଟକୁ କମିଶନ କହିଛନ୍ତି ଯେ ନୂଆ ଆଚାର ସଂହିତା ପ୍ରସ୍ତୁତ କରାଯାଉଛି। ନିର୍ବାଚନ କମିଶନଙ୍କ ବିନା ଯାଞ୍ଚରେ ସାମାଜିକ ଗଣମାଧ୍ୟମଗୁଡ଼ିକରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶ ନକରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେବା ବିଷୟ କମିଶନ୍‍ ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି। କମିଶନ୍‍ କୋର୍ଟରେ କହିଛନ୍ତି, ସାମାଜିକ ଗଣମାଧ୍ୟମର ପ୍ରତିନିଧି ଓ କମିଶନ୍‍ ମଧ୍ୟରେ ଏ ବିଷୟରେ ଆଲୋଚନା ପାଇଁ ବୈଠକ ଡକାଯାଇଛି। କମିଶନ୍‍ କହିଛି, ବିନା ଯାଞ୍ଚ୍‍ରେ ସାମାଜିକ ଗଣମାଧ୍ୟମରେ ଯେଉଁ ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି ସେଗୁଡ଼ିକୁ ଚିହ୍ନଟ କରିବା ପାଇଁ କମିଶନ୍‍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବାକୁ ଉଦ୍ୟମ ଚାଲିଛି।

Leave A Reply