www.samajalive.in
Thursday, December 11, 2025
16.1 C
Bhubaneswar

ସୁସ୍ଥ ରହିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଭାତ

ବହୁ ଲୋକଙ୍କ ଏପରି ଧାରଣା ଯେ, ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ। ମାତ୍ର ଏହି ଧାରଣା କେତେ ପରିମାଣରେ ସଠିକ ସେ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଭାତ ଖାଇବା ଦ୍ୱାରା ଆମକୁ କି କି ଉପକାର ମିଳେ ଓ ମୋଟାପଣ ବୃଦ୍ଧିରେ ଏହାର ପ୍ରଭାବ ବିଷୟରେ। ଭାତ ବିଶେଷ କରି ବିଭିନ୍ନ ସ୍ଥାନର ମୁଖ୍ୟ ଖାଦ୍ୟ ଅଟେ। ସେହିପରି ବହୁ ଲୋକଙ୍କ ଏପରି ଧାରଣା ଯେ ଭାତ ନଖାଇଲେ ପେଟ ଭର୍ତ୍ତି ହୋଇନଥାଏ।
ଭାତରେ କୌଣସି ପ୍ରକାରର ହାନିକାରକ ଫ୍ୟାଟ ନଥାଏ କିମ୍ବା କୋଲେଷ୍ଟ୍ରୋଲର ମାତ୍ରା ମଧ୍ୟ କମ କରିଥାଏ।
ରକ୍ତଚାପ ଥିବା ବ୍ୟକ୍ତିମାନେ ଭାତ ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତଚାପର ମାତ୍ରାକୁ ନିୟନ୍ତ୍ରଣ କରିରଖିଥାଏ।
ବ୍ରାଉନ ରାଇସ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ ଭଳି ମାରାତ୍ମକ ରୋଗକୁ ଶରୀର ଠାରୁ ଦୂରରେ ରଖେ।
ଭାତ ଖାଇବା ଦ୍ୱାରା ଆମ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଏହାସହ ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
ଚାଉଳରେ ବହୁ ପ୍ରକାରର ଭିଟାମିନ ଓ ମିନେରାଲନ୍ସ ରହିଛି। ଏଥିରେ ଭିଟାମିନ ଡ଼ି, କ୍ୟାଲସିୟମ, ଫାଇବର, ଆଇରନ ପ୍ରଚୁର ପରିମାଣରେ ରହିଛି।
ଭାତରେ ଅଧିକ ମାତ୍ରାରେ କାର୍ବୋହାଇଡ଼୍ରେଟ ରହିଛି। ଯାହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ଦ୍ୱାରା ମସ୍ତିଷ୍କ ସୂଚାରୁରୂପେ କାର୍ୟ୍ୟ କରିଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories