www.samajalive.in
Monday, December 15, 2025
17.1 C
Bhubaneswar

ଖାଇବା ପରେ ମିଠା ଖାଇବାରୁ ନିବୃତ୍ତ ରୁହନ୍ତୁ ନଚେତ !

ଖାଦ୍ୟ ଖାଇବା ପରେ ମିଠା ଖାଇବାକୁ ଭଲ ଲାଗିଥାଏ। ଯେକୌଣସି ଭୋଜିରେ ଖାଦ୍ୟ ଖାଇ ସାରିବା ପରେ ମିଠା ଖାଇବାକୁ ଦିଆଯାଇଥାଏ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅଧିକ ମିଠା ଖାଇବା ଦ୍ବାରା ମୋଟାପଣ ବୃଦ୍ଧି ହୋଇଥାଏ। ଏହାସହ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ।

ଆପଣ ଖାଉଥିବା ଖାଦ୍ୟରେ ଭାତ ଓ ଡାଲି ମୁଖ୍ୟତଃ ରହିଥାଏ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶର୍କରା ଓ ଶକ୍ତି ପହଞ୍ଚାଇଥାଏ। ମିଠା ଖାଇବା ଦ୍ବାରା ରକ୍ତରେ ଗ୍ଳୁକୋଜର ମାତ୍ରା ବୃଦ୍ଧି ପାଇଥାଏ। ଗ୍ଲୁକୋଜର ମାତ୍ରା ହଠାତ ବଢିଯିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ। ଏହାଦ୍ବାରା ଡାଇବେଟିସ, ମୋଟାପଣ ଓ କିଡନୀ ରୋଗ ହେବାର ସମ୍ଭାବନା ବଢିଯାଇଥାଏ।

- Advertisement -

ଆମେରିକାର ଜଣେ ଗବେଷକଙ୍କ ମତ ଅନୁଯାୟୀ, ଆମ ଶରୀରରେ ଲେପ୍ଟିନ ନାମକ ଏକ ହର୍ମୋଟ ରହିଛି। ଏହାର ସମ୍ବନ୍ଧ ଆମ ଭୋକ ଲାଗିବା ସହ ରହିଛି। ମିଠା ଖାଇବା ଦ୍ବାରା ଏହା ଭୁଲ ପ୍ରକ୍ରିୟାରେ କାର୍ଯ୍ୟ କରିଥାଏ। ଏହାଦ୍ବାରା ମୋଟାପଣ ବୃଦ୍ଧିର ସମ୍ଭାବନା ଅଧିକ ହୋଇଥାଏ।

ଖରା ଦିନେ ମିଠା ଫଳ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ ହୋଇଥାଏ। କାରଣ ଏଥିରେ ପ୍ରାକୃତିକ ମିଠା ରହିଛି। ତେଣୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଗ୍ଲୁକୋଜ ସ୍ତରକୁ ହ୍ରାସ କରିବାରୁ ରକ୍ଷା କରିଥାଏ। ତେଣୁ ଯେତେ ସମ୍ଭବ ଖାଦ୍ୟ ଖାଇବା ପରେ ମିଠା ଖାଇବା ଅଭ୍ୟାସରୁ ନିଜକୁ ରଖନ୍ତୁ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories