www.samajalive.in
Sunday, December 7, 2025
18.1 C
Bhubaneswar

ଅତି ସହଜରେ ଓ କମ୍‌ ଖର୍ଚ୍ଚରେ ପାଆନ୍ତୁ ମୋଟାପଣରୁ ମୁକ୍ତି

ବର୍ତ୍ତମାନ ସ୍ଲିମ୍ ଟ୍ରିମ୍‌ର ଯୁଗ। ସମସ୍ତେ ଏକ ପତଳା ଓ ଆର୍ଷଣୀୟ ଶରୀର ଚାହୁଁଛନ୍ତି। ଅତ୍ୟଧିକ ମୋଟାପଣ କେବଳ ଲୁକ୍‌କୁ ବିଗାଡ଼ି ନ ଥାଏ ବରଂ ଏହା ଦ୍ବାରା ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ନିଜ ମୋଟାପଣକୁ କମାଇବା ପାଇଁ ଆଜି କାଲିର ଲୋକେ ଡାଏଟିଂ ସହ କଠିନ ରୁ କଠିନ ବ୍ୟୟାମ ବା ୱାର୍କ ଆଉଟ୍‌ କରୁଛନ୍ତି । ଏମିତିକି ଜିମରେ ପ୍ରତିମାସ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ଘରେ ଅତି ସହଜରେ ଓ ଖୁବ କମ୍ ଖର୍ଚ୍ଚରେ ନିଜ ଓଜନକୁ କମାଇପାରିବେ।

ଜୁଆଣି ଆପଣ ସମସ୍ତଙ୍କ ଘରେ ନିଶ୍ଚିତ ରୂପେ ଥିବ। ମାତ୍ର କିଛି ଟଙ୍କାରେ ବଜାରରେ ସହଜରେ ମିଳୁଥିବା ଜୁଆଣି ଖାଲି ଖାଦ୍ୟର ସ୍ୱାଦ ବଢାଇନଥାଏ ପେଟ ପାଇଁ ମଧ୍ୟ ଏହା ଖୁବ ଉପକାରୀ ହୋଇଥାଏ। ଆପଣ ହୁଏତ ଜାଣି ନଥିବେ ଏହାସାହାଯ୍ୟରେ ଓଜନ ମଧ୍ୟ କମାଯାଇ ପାରିବ। ଆସନ୍ତୁ ଜାଣିବା ଜୁଆଣି ସାହାଯ୍ୟରେ ଆପଣ କେମିତି ଓଜନ କମାଇବେ –

- Advertisement -

୧.ରାତିରେ ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ଜୁଆଣି ପକାଇ ବତୁରାନ୍ତୁ। ସକାଳେ ଏହାକୁ ଛାଣି ସେହି ପାଣିରେ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ। ନିୟମିତ ଭାବେ ଏହାକୁ ସେବନ କଲେ ଆପଣ ନିଶ୍ଚିତ ରୂପେ ଫରକ ଅନୁଭବ କରିପାରିବେ।

୨.ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଚାମଚ ଜୁଆଣି ଖାଇବେ, ତେବେ ଗୋଟିଏ ମାସ ମଧ୍ୟରେ ଆପଣ ନିଜେ ଫରକ ଅନୁଭବ କରିବେ।

୩.ଜୁଆଣି ଶରୀରର ମେଟାବୋଲିଜିମ୍‌କୁ ଅଧିକ ସକ୍ରିୟ କରିଥାଏ। ଯାହାଦ୍ୱାରା ଶରୀରର ଫ୍ୟାଟ୍ ନିୟନ୍ତ୍ରିତ ହେବା ସହ ଓଜନ ମଧ୍ୟ ଶୀଘ୍ର କମିଯାଏ। ଯଦି ଆପଣ ନିଜ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ୧୫ ରୁ ୨୦ ଦିନ ଲଗାତାର ଏହି ପାଣି ପିଅନ୍ତୁ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories