ଇମ୍ଫାଲ : ପୂର୍ବୋତ୍ତର ରାଜ୍ୟ ମଣିପୁରରେ ଶୁକ୍ରବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ,୩.୫ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଛି। ରାଜ୍ୟର ଉଖରୁଲରେ ଶୁକ୍ରବାର ଭୋର ୫ଟା୦୧ରେ ଭୂକମ୍ପ ଅନୁଭବ ହୋଇଛି। ଏହାର କେନ୍ଦ୍ର ୨୦ କିଲୋମିଟର ଗଭୀର ଥିଲା। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇ ନାହିଁ। ଏହାସହ ଆଜି ସକାଳେ ରାଜସ୍ଥାନର ଜୟପୁରରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି। ୧୬ ମିନିଟ୍ ମଧ୍ୟରେ, ତିନିଟି ଝଟକା ଅନୁଭବ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଏନସିଏସ୍ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୪.୨୫ରେ ୩.୪ ତିବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଏହା ୧୦ କିଲୋମିଟର ଗଭୀରରେ ଘଟିଥିଲା।
Popular Categories



