www.samajalive.in
Sunday, December 7, 2025
23.1 C
Bhubaneswar

ତୁର୍କୀ ଓ ଗ୍ରୀସରେ ଭୂ-କମ୍ପ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଇଷ୍ଟାବୁଲ୍‍ : ତୁର୍କୀ ଓ ଗ୍ରୀସରେ ହୋଇଥିବା ବଡ ଧରଣର ଭୂମିକମ୍ପ ଓ ସୁନାମିରେ ବହୁ ଧନଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଗ୍ରୀସରେ ସୁନାମି ଆସିଥିବା ହେତୁ ତୁର୍କୀରେ ଅନେକ ଅଟ୍ଟାଳିକା ଧ୍ୱଂସ ହୋଇଯାଇଛି। ଏବେ ସୁଦ୍ଧା ଏଥିରେ ପ୍ରାୟ ମୃତ୍ୟୁ ସଂଖ୍ୟା୧୭କୁ ବୃଦ୍ଧି ପାଇଥିବା ବେଳେ ୭୦୯ ଆହତ ହୋଇଛନ୍ତି। ଅନେକ ଅଟ୍ଟାଳିକା ତଳେ ଚାପି ହୋଇ ରହିଛନ୍ତି ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଯୋଗ୍ୟ,  ଶୁକ୍ରବାର ତୁର୍କୀ ଓ ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପ ତୀବ୍ରତା ୭ ବୋଲି ରେକର୍ଡ଼ ହୋଇଥିବା ଜଣାପଡ଼ିଛି। ତୁର୍କୀର ଏଜିଆନ୍‌ କୋଷ୍ଟରେ ଭୂମିକମ୍ପ ଅନୁଭୂତ ହେବା ଦ୍ବାରା ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୦ଜଣ ଗୁରୁତର ଆହତ ହୋଇଥିଲେ।  ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେମାନେ ସମୁଦ୍ର ଭିତରକୁ ଟାଣି ହୋଇଯାଇଛନ୍ତି। ଏଜିଆନ୍‌ କୋଷ୍ଟରେ ଅନୁଭୂତ ଭୂମିକମ୍ପ ୧୬.୫ କିଲୋମଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା ବୋଲି ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଭୂମିକମ୍ପ ପ୍ରଭାବରେ ବହୁ ଅଟ୍ଟାଳିକା ଧ୍ବଂଶ ହୋଇଯାଇଥିବାବେଳେ ତୁର୍କୀର ଇଜ୍‌ମିର ରିସୋର୍ଟ ସିଟିକୁ ସମୁଦ୍ର ପାଣି ମାଡ଼ି ଆସିଥିଲା ଓ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସାମୋସ୍‌ର ଏଜିଆନ୍‌ ସମୁଦ୍ର ଉପକୂଳରେ ଏକ ଛୋଟ ସୁମାମୀ ଆସିଥିଲା। ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୭.୦ ରହିଥିବାବେଳେ ଏହାର ପ୍ରଭାବ ୧୪କିଲୋମିଟ ପର୍ଯ୍ୟନ୍ତ ରହିଥିଲା।
ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୂମିକମ୍ପ ତୀବ୍ରତା ୬.୬ ରହିଛି, ତେବେ ଗ୍ରୀସ୍‌ ସେସ୍‌ମୋଲୋଜିକାଲ୍‌ ଏଜେନ୍ସି ଏହାର ତ୍ରୀବ୍ରତା ୬.୭ ବୋଲି ଦର୍ଶାଇଛି। ଇଜ୍‌ମିର ସହରର ଲୋକେ ଲମ୍ବା ରବର ପାଇପ୍‌ ସହାୟତାରେ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories