ଚୀନରେ ବଡ଼ ଧରଣର ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୮
ଉହାନ: ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ଲୁଡିଙ୍ଗ କାଉଣ୍ଟିରେ ଏହି ଭୂମିକମ୍ପ ହୋଇଥିବା ବେଳେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ମଧ୍ୟାହ୍ନ ୧୨ଟା ୨୫ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୯.୫୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୦୨.୦୮ ଡିଗ୍ରୀ ପୂର୍ବ ଦ୍ରାଘିମା ୧୬ କିଲୋମିଟର ଗଭୀରରେ ଥିଲା ବୋଲି କୁହାଯାଇଛି ।
ପୂର୍ବରୁ ମଧ୍ୟ ସିଚୁଆନ୍ ପ୍ରଦେଶରେ ଭୂକମ୍ପ ହୋଇଥିଲା । ଅନେକ କ୍ଷୟକ୍ଷତି ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଆଜିର ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ । ଏନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିବା ବେଳେ, କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ ।
Comments are closed.