ବିଳାସପୁର : ହିମାଚଳପ୍ରଦେଶର ବିଳାସପୁର ଜିଲାରେ ଶନିବାର ସକାଳେ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ୧୦ଟା୩୪ ମିନିଟରେ ଭୂକମ୍ପ ଅନୁଭବ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ରେକର୍ଡ଼ କରାଯାଇଛି। ଭୂକମ୍ପ ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ। ଏଯାବତ ଏଥିରେ କୌଣସି ଧନହାନୀ ସୂଚନା ମିଳିନାହିଁ।
ଭୂମ୍ପର କେନ୍ଦ୍ର ବିଳାସପୁର ବୋଲି ଜଣାପଡ଼ିଛି। ପ୍ରଶାସନିକ ଅଧିକାରୀଙ୍କ ଅନୁଯାୟୀ ଏଯାଏଁ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ବିଳାସପୁରରେ ଭୂ-କମ୍ପ ଝଟକା
Popular Categories



