କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଜାଣିହେବ ଭୂମିକମ୍ପ ସୂଚନା

0

ନୂଆଦିଲ୍ଲୀ : ଏବେ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଜାଣିହେବ ଭୂମିକମ୍ପ ଆସିବାର ସୂଚନା। କେବେ, କେଉଁ ସମୟରେ ଭୂମିକମ୍ପ ଆସିବ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଏନେଇ ହାବର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏବଂ ଗୁଗୁଲ୍‍ କାମ କରୁଛନ୍ତିି। ବୈଜ୍ଞାନିକ ଏବଂ ଗୁଗୁଲର ଡେଭଲପର ଏମିତି ଏକ କୃତ୍ରିମ ବୁଦ୍ଧିମତ୍ତା ପ୍ରସ୍ତୁତ କରୁଛନ୍ତି ଯାହା ସମଗ୍ର ବିଶ୍ୱରେ ହେବାକୁଥିବା ଭୂମିକମ୍ପର ଡାଟା ବିଷୟରେ ବିଶ୍ଳେଷଣ କରି ଭୂମିକମ୍ପ ବିଷୟରେ ସୂଚନା ଦେବ। କୃତ୍ରିମ ବୁଦ୍ଧିମତ୍ତାର ଏହି ଡାଟା ଆଧାରରେ କୁହାଯାଇଛି କି ବିଶ୍ୱର ଯେକୌଣସି ସ୍ଥାନରେ ଭୂମିକମ୍ପ ଆସିବା ପୂର୍ବରୁ ଏହା ଜଣାଇଦେବ।
ଏହି ପ୍ରକଳ୍ପ ଉପରେ କାମ କରୁଥିବା ବିଶେଷଜ୍ଞ ମାନଙ୍କର କହିବା କଥା ଏହାଦ୍ୱାରା ଲୋକମାନେ ଜରୁରୀ କାଳୀନ ସେବାର ସୁବିଧା ପାଇପାରିବେ। ଯାହାଦ୍ୱାରା ଭୂମିକମ୍ପ ଦ୍ୱାରା ହେବାକୁଥିବା କ୍ଷୟକ୍ଷତିକୁ ରୋକାଯାଇ ପାରିବ। ଏଥିପାଇଁ ବିଶେଷଜ୍ଞ ମାନେ ପାଖାପାଖି ୧,୩୧,୦୦୦ ବଡ ଭୂମିକମ୍ପ ଆସିଥିବା ଝଟକାର ଡାଟା ଏକାଠି କରିଛନ୍ତି ଏବଂ ଡାଟାକୁ କୃତ୍ରିମ ବୁଦ୍ଧିମତ୍ତା ସିଷ୍ଟମ୍‍ରେ ଷ୍ଟୋର କରିଛନ୍ତି।

Leave A Reply