କାଶ୍ମୀରରେ ଭୂକମ୍ପ ଝଟ୍‍କା

0

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟ୍‍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‍ରେ ଏହାର ତୀବ୍ରତା ୫.୬ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ କାଶ୍ମୀରର ଉତ୍ତରପଶ୍ଚିମର ୪୦ କିମି ଦୂର ଓ ଶ୍ରୀନଗରଠାରୁ ୧୧୮ କିମି ଦୂରରେ ବୋଲି ଜଣାପଡ଼ିଛି। ରାତି ପ୍ରାୟ ୧୦.୧୭ରେ ଭୂକମ୍ପ ଅନୁଭୂତ ହେବା ପରେ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଭୂକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନାହିଁ।

Leave A Reply