www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା, ଆଫଗାନିସ୍ତାନରେ ଥିଲା କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀ ଏନସିଆର୍ , ଜମ୍ମୁକାଶ୍ମୀର ପୁଞ୍ଜ,  ପଞ୍ଜାବ , ଚଣ୍ଡିଗଡ ଓ  ପାକିସ୍ତାନର ବିଭିନ୍ନ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଏହାକୁ ଅନୁଭବ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । କିନ୍ତୁ ଭୂକମ୍ପ ଘଟିବା ମାତ୍ରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ । ଆଫଗାନିସ୍ତାନର ଫୌଜାବାଦ୍ ଏହାର କେନ୍ଦ୍ରସ୍ଥଳ ରହିଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୬.୨ ରେକର୍ଡ କରାଯାଇଛି । ଜମ୍ମୁ କାଶ୍ମୀର ପୁଞ୍ଚରେ ମଧ୍ୟ ଭୂକମ୍ପ ଝଟକା ଲାଗିଛି।

ଦିଲ୍ଲୀ ଏନସିଆରରେ ହୋଇଥିବା ଭୂକମ୍ପକୁ ନେଇ ବିଶେଷଜ୍ଞ ମାନେ ଆଗୁଆ ଚେତାବନୀ ଜାରି କରିଥିଲେ । ଏମାନଙ୍କ କହିବା ମୂତାବକ ଦିଲ୍ଲୀ ଏନସିଆରରେ କୌଣସି ବି ସମୟରେ ବଡ ଧରଣର ଭୂକମ୍ପ ହୋଇପାରେ । ତାହା କେହି କହି ପାରିବେ ନାହିଁ। ଦିଲ୍ଲୀ ଏନସିଆରର ୧୦୦ ମିଟର ଗଭୀରରେ ବଡଧରଣର ତ୍ରୁଟି ରହିଛି। ଦିଲ୍ଲୀର ହରିଦ୍ବାର ରିଜ୍, ଦିଲ୍ଲୀ ସରଗୋଧା ରିଜ୍ ରେ ଏହାର କିଛି ଅଂଶ ରହିଛି। ତେଣୁ ଏହି ସ୍ଥାନ ଗୁଡିକରେ ଭୂକମ୍ପ ହେବାର ସମ୍ଭାବନା ରହୁଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories