ଭୁବନେଶ୍ବର : ଭାରତର ନିର୍ବାଚନ ଆୟୋଗଙ୍କ ତରଫରୁ ଯେଉଁ ନୂତନ ଭୋଟର ପ୍ରଥମଥର ସ୍ୱତନ୍ତ୍ର ଭୋଟର ତାଲିକା ୨୦୨୧ରେ ଏକକ ମୋବାଇଲ୍ ନମ୍ବର ସହ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କ ପାଇଁ ଇଲେକଟ୍ରୋନିକ ଫଟୋ ପରିଚୟପତ୍ର ଡାଉନଲୋଡ ବ୍ୟବସ୍ଥା କରାଯାଇଛି। ସେମାନେ ଏନଭିଏସପି କିମ୍ବା ଭୋଟର ହେଲ୍ପ ଲାଇନ ଆପ ଜରିଆରେ ଏହା ଡାଉନଲୋଡ କରିପାରିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୪୨,୪୨୧ ଜଣଙ୍କ ମଧ୍ୟରୁ ୧୦,୯୨୨ ଜଣ ସେମାନଙ୍କ ଇ-ଫଟୋ ପରିଚୟପତ୍ର ଡାଉନଲୋଡ କରିଛନ୍ତି। ଅବଶିଷ୍ଟ ଭୋଟରଙ୍କୁ ଏହା ଯୋଗାଇଦେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଆସନ୍ତା ୧୩ ଏବଂ ୧୪ ତାରିଖ ଦୁଇଦିନ ସ୍ୱତନ୍ତ୍ର ଅଭିଯାନ ଦିବସ କରାଯିବ। ରାଜ୍ୟର ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲାପାଳଙ୍କ ସହ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।
Popular Categories



