www.samajalive.in
Monday, December 15, 2025
26.1 C
Bhubaneswar

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବଇ-ୟୁପି

ନୂଆଦିଲ୍ଲୀ : ଚଳିତବର୍ଷର ସିନିୟର ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ୍‌ ମୁମ୍ବଇ ଓ ଉତ୍ତର ପ୍ରଦେଶ ମଧ୍ୟରେ ଖେଳାଯିବ। ୧୪ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଗୁରୁବାର ଖେଳା ଯାଇଥିବା ସେମିଫାଇନାଲରେ ପୃଥ୍ବୀ ସ’ଙ୍କ ଶତକ ବଳରେ କର୍ଣ୍ଣାଟକକୁ ୭୨ ରନ୍‌ରେ ହରାଇ ମୁମ୍ବଇ ଫାଇନାଲରେ ପ୍ରବେଶ କରିଛି। ଅନ୍ୟ ସେମିଫାଇନାଲ ମ୍ୟାଚ୍‌ରେ ଅକ୍ଷଦୀପ ନାଥଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ଗୁଜରାଟକୁ ୫ ୱିକେଟରେ ଉତ୍ତର ପ୍ରଦେଶ ପରାସ୍ତ କରିଛି।
ସେମିଫାଇନାଲରେ କର୍ଣ୍ଣାଟକ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଅଧିନାୟକ ପୃଥ୍ବୀ ସ’ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମୁମ୍ବଇ ଶେଷ ଓଭରରେ ୩୨୨ ରନ୍‌କରି ଅଲ୍ଆଉଟ ହୋଇଥିଲା। ପରେ କର୍ଣ୍ଣାଟକ ୪୨.୪ ଓଭରରେ ୨୫୦ ରନ୍‌କରି ସମସ୍ତ ୱିକେଟ ହରାଇଥିଲା। ପୃଥ୍ବୀ ସ’ ୧୨୨ ବଲ୍‌ରୁ ୭ଟି ଛକା ଓ ୧୭ଟି ଚୌକା ସହ ୧୬୫ ରନ୍‌ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ପୃଥ୍ବୀଙ୍କ ୪ର୍ଥ ଶତକ ଏବଂ ୩ୟ ଥର ୧୫୦ରୁ ଅଧିକ ରନ୍‌ ସ୍କୋର୍ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ପୃଥ୍ବୀ ଦିଲ୍ଲୀ ବିପକ୍ଷ​‌େ​‌ର ଅପରାଜିତ ୧୦୫, ପୁଡୁଚେରୀ ବିପକ୍ଷରେ ରେକର୍ଡ ଅପରାଜିତ ୨୨୭ ରନ୍‌ ଓ ସୌରାଷ୍ଟ୍ର ବିପକ୍ଷରେ ଅପରାଜିତ ୧୮୫ ରନ୍ କରିଥିଲେ। ଏହାକୁ ମିଶାଇ ପୃଥ୍ବୀ ୭ଟି ମ୍ୟାଚ୍‌ରୁ ୪ଟି ଶତକ ସହ ୨୫୧.୩୩ ଅାଭ୍‌ରେଜ୍‌ରେ ୭୫୪ ରନ୍ କରିଛନ୍ତି। କର୍ଣ୍ଣାଟକର ଓପ୍‌ନର ଦେବଦତ୍ତ ପାଡିକଲ ମଧ୍ୟ ବିଜୟ ହଜା​‌େ​‌ର ଟ୍ରଫିରେ ୪ଟି ଶତକ ମାରିଥିଲେ ହେଁ ଏହି ମ୍ୟାଚ୍‌ରେ ୬୪ ରନ୍ କରି ପାରିଥିଲେ। ଏହି ମ୍ୟାଚ୍‌ରେ ମୁମ୍ବଇର ସାମ୍‌ସ ମୁଲାନି ୪୫, ଶିବମ୍ ଦୁଦେ ୨୭ ଓ ଅମାନ୍ ହକି ଖାଁ ୨୫ ରନ୍ କରିଥିଲେ। ବିଜୟକୁମାର ବୈଶାଖ ୪ଟି ଓ ପ୍ରସିଦ୍ଧ କୃଷ୍ଣା ୩ଟି ୱିକେଟ ପାଇଥିଲେ। କର୍ଣ୍ଣାଟକ ପାଇଁ ପାଡିକଲ ୬୪ ଓ ବି.ଆର୍. ଶରତ ୬୧ ରନ୍‌ କରିଥିଲେ।
ଅନ୍ୟ ସେମିଫାଇନାଲରେ ଗୁଜରାଟ ପାଇଁ ହେତ୍ ପଟେଲ ୬୦, ପୀୟୁଷ ଚାୱଲା ୩୨ ଓ ଧ୍ରୁବ ରାୱଲ ୨୩ ରନ୍‌ କରିବାରୁ ଏହା ୪୮.୧ ଓଭରରେ ୧୮୪ ରନ୍‌କରି ଅଲ୍ଆଉଟ ହୋଇଥିଲା। ଯଶ ଦୟାଲ ୩ଟି ଓ ଆକିବ୍ ଖାଁ ୨ଟି ୱିକେଟ ନେଇଥିଲେ। ଉତ୍ତର ପ୍ରଦେଶ ୪୨.୪ ଓଭରରେ ୫ ୱିକେଟ ହରାଇ ଜିତିଥିଲା। ଅକ୍ଷଦୀପ ନାଥ ୭୧, ଉପେନ୍ଦ୍ର ଯାଦବ ଅପରାଜିତ ୩୧ ଓ ଅଧିନାୟକ କରଣ ଶର୍ମା ୩୮ ରନ୍ କରିଥିଲେ। ଚିନ୍ତନ ଗଜା ୨ଟି ୱିକେଟ ନେଇଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories