www.samajalive.in
Monday, December 15, 2025
27.1 C
Bhubaneswar

୨୦୨୪ ସୁଦ୍ଧା ଇ-ଜନଗଣନା : ଅମିତ ଶାହା

ନୂଆଦିଲ୍ଲୀ : ଦେଶରେ ଆଗାମୀ ୨୦୨୪ ମସିହା ସୁଦ୍ଧା ହେବ ଇ-ଜନଗଣନା। ଏହା ଫଳରେ ୧୦୦ ପ୍ରତିଶତ ସଠିକ୍ ଜନସଂଖ୍ୟା ଜଣାପଡିବ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବାସ୍ତବ ଜନସଂଖ୍ୟାର ସଠିକ୍‌ ତଥ୍ୟ ମିଳିପାରିବ। ଏହାଦ୍ବାରା ପ୍ରତି ୧୦ ବର୍ଷରେ କରାଯାଉଥିବା ଜନଗଣନା ଆଉ କରିବାକୁ ପଡିବନି। ଏପରିକି ଏବାବଦରେ ହେଉଥିବା ପ୍ରଭୂତ ଅର୍ଥ ବ୍ୟୟକୁ ମଧ୍ୟ ରୋକାଯାଇପାରିବ। ଗୋଟିଏ ଗୋଟିଏ ବ୍ୟକ୍ତି ଏକାଧିକ ସ୍ଥାନରେ ରହି ହାତଉଥିବା ସରକାରୀ ଯୋଜନାର ଲାଭ ଏବଂ ମତଦାନ ଏହାଦ୍ବାରା ବନ୍ଦ ହୋଇପାରିବ। ଏପରିକି ଏହା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି)କୁ କାର୍ଯ୍ୟକାରୀ କରିବା ଲାଗି ଅଧିକ ପଥ ପରିଷ୍କାର କରିବ। ଦେଶର ବାସ୍ତବ ଜନସଂଖ୍ୟାର ସଠିକ୍ ତଥ୍ୟ ମିଳିବା ଦ୍ବାରା କେନ୍ଦ୍ର ସରକାର ଏହାକୁ ଦୃଷ୍ଟିରେ ରଖି ବିବିଧ କଲ୍ୟାଣକାରୀ ଯୋଜନା କରିପାରିବେ। ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶମୂଳକ ଯୋଜନା ପ୍ରସ୍ତୁତ କରାଯିବ।
ସୋମବାର ଆସାମର ଗୌହାଟି ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜନଗଣନା ପରିବର୍ତ୍ତେ‌େ‌ ଇ-ଜନଗଣନା କରାଯିବ ବୋଲି ବଡ଼ ଘୋଷଣା କରିଛନ୍ତି। ଅମ୍ବିଗାଓଁରେ ଜନଗଣନା କେନ୍ଦ୍ର ଉଦ୍‌ଘାଟନ ଅବସରରେ ଗୃହମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶରେ ଇ-ଜନଗଣନା ହେବ। ଏହା ହେବା ଦ୍ୱାରା ୧୦୦ ପ୍ରତିଶତ ସଠିକ ଜନସଂଖ୍ୟା ଜଣାପଡିବ।
ଜନଗଣନାକୁ ସଠିକ କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଦକ୍ଷେପ ନେଉଛି। ଦେଶର ବିକାଶରେ ବିକାଶମୂଳକ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ଜନଗଣନାର ଅନେକ ଗୁରୁତ୍ୱ ରଖୁଛିି। ଯେଉଁ ଇ- ଜନଗଣନା ହେବ ସେହି ଆଧାରରେ ଆଗାମୀ ୨୫ ବର୍ଷ ପାଇଁ ଦେଶର ବିକାଶର ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବ। ଗୃହମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣକୁ ଜନଗଣନା ସହ ଯୋଡାଯିବ। ୨୦୨୪ ପର୍ଯ୍ୟନ୍ତ ଜନ୍ମ ଓ ମୃତ୍ୟୁର ପଞ୍ଜିକରଣ କରାଯିବ। ଏହା ଦ୍ୱାରା ଆପେ ଆପେ ଜନଗଣନା ସଂଶୋଧିତ (ଅପଡେଟ୍‌) ହୋଇଯିବ। ସଫ୍ଟୱେର ବ୍ୟବସ୍ଥିତ ହେବା ପରେ ତାଙ୍କ ପରିବାର ପ୍ରଥମେ ଅନଲାଇନରେ ସମସ୍ତ ବିବରଣୀ ଦେବେ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories