ଭୁବନେଶ୍ବର : କଟକ ବଡ ଡାକ୍ତରଖାନା ପରିସରରେ ଥିବା ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଫର କ୍ୟାନସର (ଏଏଚପିଜିଆଇସି)ର ଶଯ୍ୟାସଂଖ୍ୟା ୨୮୧ରୁ ୫୦୭କୁ ବୃଦ୍ଧି କରାଯାଇଛି। ଦୀର୍ଘଦିନ ଧରି ଏଠାରେ ଶଯ୍ୟାସଂଖ୍ୟା ବଢାଇବା ପାଇଁ ଦାବି ହୋଇଆସୁଥିଲା। ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏ ସଂକ୍ରାନ୍ତରେ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଶଯ୍ୟା ସଂଖ୍ୟା ୫୦୭କୁ ବୃଦ୍ଧି
Popular Categories



