www.samajalive.in
Saturday, December 6, 2025
16.1 C
Bhubaneswar

ଚେନ୍ନଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଚଳିତ ଆଇପିଏଲରୁ ବାଦ୍‌ ପଡିଲେ ଡ୍ୱେନ୍ ବ୍ରାଭୋ

ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ ତମ ସଂସ୍କରଣର ପ୍ଲେଅଫ ଦୌଡରୁ ବାଦ ପଡିବା ଦ୍ବାରରେ ଥିବା ଚେନ୍ନଇ ସୁପର କିଙ୍ଗ୍ସକୁ ଲାଗିଛି ଆଉ ଏକ ବଡ ଝଟକା। ଦଳର ଷ୍ଟାର ଖେଳାଳି ତଥା ନିର୍ଭରଯୋଗ୍ୟ  ଅଲରାଉଣ୍ଡର ଡ୍ଵେନ ବ୍ରାଭୋ ଆଘାତଜନିତ ସମସ୍ୟା କାରଣରୁ ଆଇପିଏଲରୁ ବାଦ୍‌ ପଡିଛନ୍ତି। ୩୭ ବର୍ଷିୟ ବ୍ରାଭୋ ଅନେକ ବର୍ଷ ଧରି ଚେନ୍ନଇ ସୁପର କିଙ୍ଗ୍ସ ଦଳର ଗୁରୁତ୍ଵପୂର୍ଣ୍ଣ ଖେଳାଳି ଭାବେ ରହି ଆସିଛନ୍ତି। ଆହତ ଯୋଗୁଁ ଅକ୍ଟୋବର ୧୭ରେ ଶାରଜାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅନ୍ତିମ ଓଭର ବୋଲିଂ କରିବାକୁ ବ୍ରାଭୋ ପଡିଆକୁ ଓହ୍ଲାଇନଥିଲେ। ଏହା ପରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ରବିନ୍ଦ୍ର ଜାଡେଜାଙ୍କୁ ଶେଷ ଓଭର ବୋଲିଂ କରିବାକୁ ଦେଇଥିଲେ। ଏହି ଓଭରରେ ଜାଡେଜା ତିନିଟି ଛକା ଖାଇଥିଲେ ଏବଂ ଚେନ୍ନଇ ମ୍ୟାଚ୍ ହାରିଥିଲା।

ଡ୍ଵେନ ବ୍ରାଭୋ ଆଘାତଜନିତ ସମସ୍ୟା କାରଣରୁ ଆଇପିଏଲରୁ ବାଦ୍ ପଡିଥିବା ନେଇ ଦଳର ସିଇଓ କାଶୀ ବିଶ୍ଵନାଥନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶାରଜାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିବା ବ୍ରାଭୋ ଚଳିତ ସିଜିନ୍‌ରୁ ବାଦ୍ ପଡିଛନ୍ତି। ଆହତ କାରଣରୁ ବ୍ରାଭୋ ସ୍ଵଦେଶ ଫେରି ଯାଉଛନ୍ତି। ବ୍ରାଭୋ ଆଗାମୀ ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍ସ ଦଳରେ ସାମିଲ ହୋଇ ପାରିବେ ନାହିଁ। ଚଳିତ ଆଇପିଏଲରେ ବ୍ରାଭୋ ୬ ଟି ମ୍ୟାଚ୍ ଖେଳି ଦୁଇଟି ଇନିଂସରେ ମାତ୍ର ସାତ ରନ୍ ସ୍କୋର କରିଥିଲେ। ତେବେ ସେ ୮.୫୭ ଇକୋନୋମୀରେ ବୋଲିଂ କରି ୬ ଟି ୱିକେଟ ହାସଲ କରିଛନ୍ତି। ଚଳିତ ଆଇପିଏଲରେ ସଙ୍କଟ ସ୍ଥିତିରେ ଥିବା ଚେନ୍ନଇ ସୁପର କିଙ୍ଗ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଟି ମ୍ୟାଚ ଖେଳି ୭ ଟିରେ ପରାଜୟ ସହ ପ୍ଲେଅଫ୍ ଦୌଡରୁ ପ୍ରାୟତଃ ବାଦ୍‌ ପଡି ସାରିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories