www.samajalive.in
Sunday, December 7, 2025
26.1 C
Bhubaneswar

ବିପର୍ଯ୍ୟସ୍ତ ଅବସ୍ଥାରେ କଲମପୁର-କୋଟାଗାଁ ରାସ୍ତା : ଦୁର୍ଘଟଣାକୁ ହାତ ଠାରି ଡାକୁଛି ରାସ୍ତାରେ ସୃଷ୍ଟି ହେଇଥିବା ଗର୍ତ୍ତ

କଲମପୁର : ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି କଲମପୁର-କୋଟାଗାଁ ରାସ୍ତା। କଲମପୁର ଠାରୁ କୋଟାଗାଁର ଦୂରତା ୧୧ କଲୋମିଟର। ଦୁଇଟି ପ୍ୟାକେଜ ମାଧ୍ୟମରେ ଗତ ୨୦୧୦/ ଓ ୧୧/୧୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହି ରାସ୍ତାର ନିର୍ମାଣ କରାଯାଇଥିଲା। ରାସ୍ତା ନର୍ମାଣରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ଅବସ୍ଥା ଦୟନୀୟ ହେବାରେ ଲାଗିଛି। ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ ବିଭାଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରତି ବର୍ଷ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ସିନା ସୁଧୁରୁନି ରାସ୍ତାର ଅବସ୍ଥା। ବିଭାଗୀୟ ଯନ୍ତ୍ରୀ ଓ ଠିକା ସଂସ୍ଥାର ଦୁହାଁଳିଆ ଗାଈ ସାଜିଛି ଏହି ରାସ୍ତା। ଏହି ରାସ୍ତାର ଧନପୁର ଠାରୁ ମଣ୍ଡଳ ମଧ୍ୟରେ ବହୁ ଖାଲ ଖମା ସୃଷ୍ଟି ହେବା ସହ ଦୁର୍ଘଟଣାର କାରଣ ପାଲଟିଛି। ଏପରିକି ଏହି ରାସ୍ତାର ଏକ ବୁଲାଣି ନିକଟରେ ଏକ ବିପଦ ସଙ୍କୁଳ ଗାତ ରହିଥିବାରୁ ବହୁ ବାଇକ ଆରୋହୀ ଗାତରେ ପଡ଼ି ଆହତ ହେଉଛନ୍ତି। ଏହି ରାସ୍ତା ମଣ୍ଡଳ, ମିନଗୁର, ନୂଆଗାଁ, କୋଟାଗାଁ ଆଦି ପଞ୍ଚାୟତ ସହିତ ବ୍ଲକ ମୁଖ୍ୟାଳୟକୁ  ସଂଯୋଗ କରୁଥିବା ପ୍ରମୁଖ ରାସ୍ତା। ଏହି ରାସ୍ତା ଜାତୀୟ ରାଜପଥ ସହିତ ସଂଯୋଗ ହେଇଥିବା ବେଳେ କୋକସରା, ଧର୍ମଗଡ ସମେତ ନବରଙ୍ଗପୁର ଓ ଛତିଶଗଡ ରାଜ୍ୟ ସହିତ ସଂଯୋଗ ହେଇ ପାରୁଛି। ଏହି ରାସ୍ତା ନିର୍ମାଣ ହେଲେ କଲମପୁର ଅଞ୍ଚଳର ଲୋକ ଛତିଶଗଡ ଓ ନବରଙ୍ଗପୁର ଜିଲା ସମେତ ଧର୍ମଗଡ ଆଦି ସହରାଞ୍ଚଳ ସହିତ ଯୋଗା ଯୋଗର ସୁବିଧା ପାଇବା ସହ ବଜାର ସୁବିଧା ପାଇ ପାରିବେ। ଯାହା କଲମପୁର ଅଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ଏକ ସୁଯୋଗ ମିଳିବ। ଛାତ୍ର/ଛାତ୍ରୀ ଉଚ୍ଚ ଶିକ୍ଷା ପାଇପାରିବେ ଓ ସ୍ୱାସ୍ଥ୍ୟ ସେବା ପାଇଁ ରାୟପୁର ମଧ୍ୟରେ ଯୋଗାଯୋଗ ହେଇ ପାରିବ। ଏହି ରାସ୍ତା ସଠିକ୍ ଭାବେ ନିର୍ମାଣ ହେଲେ ଆ​ଗାମୀ ଦିନରେ କଲମପୁର ଅଞ୍ଚଳର ଜୀବନରେଖା ପାଲଟିବ।

Image : samajalive

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories