www.samajalive.in
Saturday, December 6, 2025
16.1 C
Bhubaneswar

କ୍ୟାବିନେଟ ମଞ୍ଜୁରୀ, ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରାଯାଇଛି। ୩୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ଦୀପାବଳି ବୋନସ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉଭୟ ଉତ୍ପାଦନ ବୋନସ ଏବଂ ଅଣ-ଉତ୍ପାଦକ ଭିତ୍ତିକ ବୋନସକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିରେ ରେଳବାଇ, ପୋଷ୍ଟାଲ, ପ୍ରତିରକ୍ଷା, ଇପିଏଫ୍ଓ ଏବଂ ଇଏସଆଇସି ଭଳି ପ୍ରତିଷ୍ଠାନର କର୍ମଚାରୀ ଉପକୃତ ହେବେ।

- Advertisement -

କ୍ୟାବିନେଟ ବୈଠକରେରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତରଣ ବ୍ୟବସ୍ଥା ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟକୁ ଏକକାଳୀନ ବୋନସ ଟଙ୍କା ପଠାଯିବ। ସେ କହିଛନ୍ତି ଯେ ଦଶହରା କିମ୍ବା ଦୁର୍ଗା ପୂଜା ପୂର୍ବରୁ ୩୦ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ୩୭୩୭ କୋଟି ଟଙ୍କା ବୋନସ ଦେବା ପ୍ରକ୍ରିୟା ଆରମ୍ଭ ହେବ।


କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ସରକାରଙ୍କ ୩୦ ଲକ୍ଷରୁ ଅଧିକ ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତ କରିବ। ତେବେ ଏଥିପାଇଁ ରାଜକୋଷ ଉପରେ ୩୭୩୭ କୋଟି ଟଙ୍କା ଅତିରିକ୍ତ ବୋଝ ପଡିବ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ବପର୍ବାଣି ନିମନ୍ତେ ସ୍ୱତନ୍ତ୍ର ଆଡଭାନ୍ସ ସ୍କିମ୍ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହା ଅଧୀନରେ କର୍ମଚାରୀମାନେ ୧୦ ହଜାର ଟଙ୍କା ଆଗୁଆ ପାଇବାକୁ ସକ୍ଷମ ହେବେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories