www.samajalive.in
Monday, December 15, 2025
16.1 C
Bhubaneswar

ଡଚ୍ ବ୍ୟାଡମିଣ୍ଟନ: ପ୍ରିକ୍ବାର୍ଟରରେ ଗାୟତ୍ରୀ, ସାଇଚରଣ

ନୂଆଦିଲ୍ଲୀ : ଭାରତର ଗାୟତ୍ରୀ ଗୋପୀଚାନ୍ଦ ଓ ସାଇଚରଣ କୋୟା ନେଦରଲାଣ୍ଡ୍‌ସର ହାର୍ଲେମଠାରେ ଚାଲିଥିବା ଡଚ୍‌ ଜୁନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ବାଳିକା ଓ ବାଳକ ସିଙ୍ଗଲ୍‌ସର ପ୍ରିକ୍ବାର୍ଟର ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ବାଳିକା ସିଙ୍ଗଲ୍‌ସ ଦ୍ବିତୀୟ ରାଉଣ୍ଡରେ ଗାୟତ୍ରୀ ୨୧-୧୭, ୨୧-୧୨ ଗେମରେ ୧୦ମ ସିଡ୍‌ ସ୍ପେନର ଆମି ଟାନ୍‌ଙ୍କୁ ପରାସ୍ତ କରିଛନ୍ତି। ତେବେ ଏହି ଇଭେଣ୍ଟର ଅନ୍ୟ ଏକ ଦ୍ବିତୀୟ ରାଉଣ୍ଡରେ ଭାରତର ସାମିୟା, ସ୍ମିତ୍‌ ଓ ତ୍ରିଶା ପରାଜୟ ବରଣ କରିଛନ୍ତି। ବାଳକ ସିଙ୍ଗଲ୍‌ସ ଦ୍ବିତୀୟ ରାଉଣ୍ଡରେ ସାଇଚରଣ ୨୧-୧୧, ୨୧-୧୯ ଗେମରେ ଟପ୍‌ ସିଡ୍‌ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ସ୍ୟାବ୍‌ଦା ବେଲାୱାଙ୍କୁ ପରାସ୍ତ କରିଥିବାବେଳେ ପ୍ରିୟାଂଶୁ ରାଜାୱତ୍‌ ୨୧-୧୪, ୨୧-୧୨ ଗେମରେ ୧୩ଶ ସିଡ୍‌ ସ୍ପେନର ମିଗ୍ବେଲ ସାନ୍‌ ଲୁଇସଙ୍କୁ ଓ ମାଇସନାମ୍‌ ମୈରାବା ଲୁୱାଙ୍ଗ୍‌ ୨୧-୧୩, ୨୧-୧୬ ଗେମରେ ୯ମ ସିଡ୍‌ ମାନ୍ୟତାପ୍ରାପ୍ତ ସ୍ପେନର ଅର୍ନେଷ୍ଟୋ ବାସ୍କ୍‌ୱିଜ୍‌ଙ୍କୁ ହରାଇଛନ୍ତି। ବାଳକ ଡବଲ୍‌ସରେ ଭାରତୀୟ ଯୋଡି ନବନୀତ ବୋକ୍କା ଓ ବିଷ୍ଣୁ ବର୍ଦ୍ଧନ ୨୧-୧୦, ୨୧-୯ ଗେମରେ ଫରାସୀ ଯୋଡି କ୍ଲିମେଣ୍ଟ ଆଲାଏନ୍‌ ଓ ସାଇପ୍ରିନ୍‌ ସାମସନ୍‌ଙ୍କୁ ହରାଇ ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ତେବେ ବାଳିକା ଡବଲ୍‌ସରେ ଭାରତର ତ୍ରିଶା ଜୋଲି ଓ ବର୍ଷିନୀ ବିଶ୍ବନାଥ ପ୍ରଥମ ରାଉଣ୍ଡରେ ନେଦରଲାଣ୍ଡ୍‌ସ ଯୋଡି ଡେନ୍‌ସ ନାତାଶା ଓ କ୍ଲାରା ଗ୍ରାଭର୍ସସେନଙ୍କଠାରୁ ୧୦-୨୧, ୨୧-୧୬, ୧୨-୨୧ ଗେମରେ ହାରିଯାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories