www.samajalive.in
Monday, December 15, 2025
17.1 C
Bhubaneswar

ନକଲି ବାଘ ଛାଲ କାରବାର, ଜଣେ ଅଟକ

ଗୋଲାମୁଣ୍ଡା: ବାଘ ଛାଲ ଓ ବାଘ ନଖର ବି ନକଲି କାରବାର କରାଯାଉଛି। ଏପରିକି ଏହି ନକଲି ନଖ ଓ ଛାଲ ବିକ୍ରି କରୁଥିବା ଜଣେ ଝାଡ଼ଖଣ୍ଡୀ ଯୁବକକୁ ବନ ବିଭାଗ ଅଟକ ରଖି ତଦନ୍ତ ଜାରି ରଖିଛି। କଳାହାଣ୍ଡି ଉତ୍ତର ବନଖଣ୍ଡ କେଗଁା ରେଞ୍ଜ ଦ୍ୱାରା ଟିଙ୍ଗିପଦର ଗ୍ରାମରୁ ବନ ବିଭାଗ ଏହି ଛାଲ ଓ ନଖ ଜବତ କରିଥିଲା। ଜବତ ଛାଲ ଓ ନଖ ନକଲି ବୋଲି ବନ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

କେଗାଁ ରେଞ୍ଜ ଅଧୀନ ଟିଙ୍ଗିପଦର ଗ୍ରାମରେ ବାଘ ଛାଲ ବିକ୍ରି ହେଉଥିବା ଖବର ପାଇ ରେଞ୍ଜର କେଶବ ମାଝୀ ସଦଳବଦଳ ଚଢ଼ଉ କରି ଉକ୍ତ ଛାଲ ସହିତ ଜଣେ ବ୍ୟକ୍ତିକୁ ଧରିବାକୁ ସକ୍ଷମ ହୋଇଥିଲେ। ଛାଲ ବିକ୍ରି କରୁଥିବା ବ୍ୟକ୍ତି ଜଣକ ଝାଡ଼ଖଣ୍ଡ କାନ୍ଦ୍ରା ଗ୍ରାମର କ୍ରିଷ୍ଣା କାନ୍ଦିରି। ସେ ଦୀର୍ଘ ବର୍ଷ ହେଲା ବଲାଙ୍ଗିର ଜିଲା ପାଟଣାଗଡ଼ ଅଧୀନ ବରମପୁରା ଗ୍ରାମରେ ବିବାହ କରିଥିବା ବେଳେ ଗ୍ରାମ ଗ୍ରାମ ବୁଲି ଫେରି କାମ କରିଥାଏ। ବର୍ତ୍ତମାନ ସେ ନିଜର ପରିବାର ସହିତ ଦଶପୁର ହାଇସ୍କୁଲ ପଡ଼ିଆରେ ରହି ଗ୍ରାମ ଗ୍ରାମ ବୁଲି ଫେରି କାମ କରୁଛି। ଉକ୍ତ ଛାଲଟିକୁ ତା’ର ଶାଶୂ ଦେଇଥିବା ବେଳେ ସେ ଟିଙ୍ଗିପଦର ଗ୍ରାମକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆସିଥିଲା। ଉକ୍ତ ଛାଲଟିକୁ ତାର ସଢୁ ଶାଶୂଙ୍କଠାରୁ ଆଣି ଦେଉଥିବାରୁ ସେ ଏହି ଛାଲ ବିଷୟରେ କିଛି ଜାଣିନାହିଁ ବୋଲି ବନ ବିଭାଗ ପାଖରେ ସ୍ୱୀକାର କରିଛି। ଛାଲ ସହିତ ୭ଟି ନଖ ଥିବା ବେଳେ ଉକ୍ତ ନଖଗୁଡ଼ିକ ବାଘର ନୁହେଁ ବୋଲି ବନ ବିଭାଗ ସୁତ୍ରରୁ ପ୍ରକାଶ। ଜବତ କରିଥିବା ଛାଲ ଓ ନଖଗୁଡ଼ିକ ନକଲି ବୋଲି କେଗାଁ ବନାଞ୍ଚଳ ଅଧିକାରୀ କେଶବ ମାଝୀ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories