ଦୁବାଇ ରାଜକୁମାରୀଙ୍କ ଦେଶ ଛାଡ଼ି ପଳାୟନ

0

ୱାଶିଂଟନ : ଦୁବାଇର ଶାସକ ମୋହମ୍ମଦ ବିନ ରାଶିଦ ଅଲ ମାକତୌମଙ୍କ ଝିଅ ତଥା ରାଜକୁମାରୀ ଶେଖ୍‌ ଲାତିଫା ସ୍ୱୀଧନ ଭାବେ ବଞ୍ଚିବା ପାଇଁ ଦେଶ ଛାଡ଼ି ପଳାଇଛନ୍ତି । ସେ ଏକ ସ୍ୱାଧୀନ ଓ ସାଧାରଣ ଜୀବନ ଜିଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଆମେରିକାକୁ ଶରଣ ମାଗିଛନ୍ତି । ତାଙ୍କୁ ଗତ ୩ ବର୍ଷ ହେବ ଏକ ଚିକିତ୍ସାାୟରେ ବନ୍ଦୀ କରି ରଖାଯାଇଥିଲା । କୌଶଳକ୍ରମେ ଏଥିରୁ ମୁକ୍ତ ହୋଇ ସେ ଦେଶ ଛାଡ଼ି ପଳାଇଛନ୍ତି ବୋଲି ଦାବି କରିଛନ୍ତି।

prayash

୩୩ ବର୍ଷିୟ ରାଜକୁମାରୀ ଶେଖ ଲାତିଫାଙ୍କ କହିବା ଅନୁସାରେ ୧୬ ବର୍ଷ ବସୟରେ ସେ ସାଧାରଣ ଭାବେ ବଞ୍ଚିବା ପାଇଁ ଦେଶ ଛାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ତେଣୁ ସେବେଠାରୁ ତାଙ୍କୁ ଏକ ଡାକ୍ତରଖାନାରେ ବନ୍ଦୀ କରି ରଖାଯାଇଥିଲା । ତାଙ୍କୁ ଦେଶ ଛାଡି ଅନ୍ୟତ୍ର ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯାଉଥିଲା । କେତେକ ଜୀବଜନ୍ତୁଙ୍କୁ ଛାଡ଼ି ଦେଲେ ତାଙ୍କର ଆଉ କେହି ସାଙ୍ଗ ନାହାନ୍ତି।

ଲାତିଫାଙ୍କ ଅଭିଯୋଗ ଅନୁସାରେ ଶେଖ ମୋହମ୍ମଦଙ୍କ ୬ ପତ୍ନୀଙ୍କ ୩୦ ଜଣ ଛୁଆ ଅଛନ୍ତି । ସେ ତାଙ୍କ ସବୁଠୁ କମ୍‌ ଜଣାଶୁଣା ପତ୍ନୀଙ୍କ ୩ ଝିଅ ମଧ୍ୟରୁ ଜଣେ । ଏହା ପୂର୍ବରୁ ଦୁବାଇର ଦୁଇ ଜଣ ରାଜକୁମାରୀ ଦେଶ ଛାଡ଼ି ପଳାୟନ କରିଛନ୍ତି । ସେ ଫ୍ରାନ୍ସ ଗୁପ୍ତଚରଙ୍କ ସହଯୋଗରେ ଦେଶରୁ ପଳାୟନ କରିବାରେ ସଫଳ ହୋଇଛନ୍ତି । ତାଙ୍କୁ ଜୋରଜବରଦସ୍ତ ଦୁବାଇ ଫେରାଇ ନେବାକୁ ଉଦ୍ୟମ ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିବା ସହ ଆମେରିକାକୁ ଶରଣ ମାଗିଛନ୍ତି ।

Leave A Reply