www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ ଦୂବଘାସ !

ସାଧାରଣତଃ ଦୂବଘାସ ଆମେ ସବୁଠାରେ ଦେଖିଥାଉ। ପୂଜା-ପର୍ବରେ ଏହା ଏକ ମୁଖ୍ୟ ସାମଗ୍ରୀ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ। ହେଲେ ଆପଣ ଜାଣନ୍ତି କି, ଦୂବଘାସର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି? ଆୟୁର୍ବେଦରେ ଏହାକୁ ଅନେକ ପ୍ରକାର ଔଷଧ ଭାବେ ବ୍ୟବହାର କରାଯାଏ। ତେବେ ଚାଲନ୍ତୁ ଜାଣିବା ଦୂବଘାସର ଔଷଧୀୟ ଗୁଣ ବିଷୟରେ –

– ଯେଉଁମାନଙ୍କ ଆଲର୍ଜି ଯୋଗୁଁ ଶରୀର କୁଣ୍ଡେଇ ହୁଏ, ସେମାନେ ଦୂବଘାସକୁ ବାଟି ତା’ର ରସକୁ ରାଶି ତେଲ ସହ ସିଶାଇ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
– ଦୂବଘାସକୁ ବାଟି ତା’ର ରସ ସହ ମହୁ ମିଶାଇ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
– ଦୂବ ରସ ସହ ହଳଦୀ ମିଶାଇ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ଦାଗ ଦୂର ହୋଇିଥାଏ। ଏଥିସହିତ ଦୂବଘାସ ରସକୁ ମୁହଁରେ ଲଗାଇବା ଦ୍ୱାରା ଚର୍ମ କୁଞ୍ଚନ ମଧ୍ୟ ଦୂର ହୋଇ ମୁହଁ ଚିକ୍କଣ ଦେଖା ଯାଇଥାଏ।
– କିଛିଦିନ ଦୂବ ରସ ସହ ମହୁ ମିଶାଇ ପିଇବା ଦ୍ୱାରା ଏହା ଆପଣଙ୍କୁ ଆଣ୍ଠୁ-ଗଣ୍ଠି ଦରଜରୁ ମୁକ୍ତି ଦେଇଥାଏ। ଏଥିସହିତ ଏହାର ରସକୁ ତେଲ ଭଳି ଆଣ୍ଠୁରେ ମାଲିସ କରିବା ଦ୍ୱାରା ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳେ।
– ଏହି ରସକୁ ମହୁ ସହ ମିଶାଇ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories