www.samajalive.in
Saturday, December 6, 2025
16.1 C
Bhubaneswar

୧୯୮୪ସାମ୍ପ୍ରଦାୟିକ ହିଂସା: ତ୍ରିଲୋକପୁରୀ ମାମଲାରେ ୨୨ବର୍ଷ ପରେ ଉଚ୍ଚ ନ୍ୟାୟାଳୟର ରାୟ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ୧୯୮୪ରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ୮୮ଜଣ ଅଭିଯୁକ୍ତଙ୍କ ପକ୍ଷରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିବା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଉଚ୍ଚ ନ୍ୟାୟାଳୟ ସମସ୍ତ ଅଭିଯୁକ୍ତଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି। ଏହି ହିଂସାକାଣ୍ଡରେ ଅଦ୍ୟାବଧି ଫେରାର ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦେଶ ଦେଇଛି। ୨୨ବର୍ଷ ପରେ ଉଚ୍ଚ ନ୍ୟୟାଳୟର ଏହି ମାମଲାରେ ପୁଲିସକୁ ୯୫ଟି ମୃତଦେହ ମିଳିଥିଲା। ତେବେ ତଦନ୍ତରେ କୌଣସି ଅଭିଯୁକ୍ତଙ୍କ ନାମରେ ହତ୍ୟା ଅଭିଯୋଗ ଲଗା ଯାଇ ନଥିଲା। ୧୯୯୬ରେ ନିମ୍ନ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଥିଲା।
୧୯୮୪ଶିଖ ବିରୋଧୀ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ୮୦ରୁ ଊଦ୍ଧ୍ୱର୍ ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶୁଣାଣି କରିବା ପରେ ରାୟ ସୁରକ୍ଷିତ ରଖିଥିଲେ। ଉଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷର ଅଭିଯୋଗ ଶୁଣିବା ପରେ ରାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଚୂଡ଼ାନ୍ତ ରାୟକୁ ସୁରକ୍ଷିତ ରଖିଥିଲେ। ୧୯୮୪ରେ ସରକାରଙ୍କ ପକ୍ଷରୁ ଲଗାଯାଇ ଥିବା କର୍ଫ୍ୟୁକୁ ଅମାନ୍ୟ କରିବା ଅଭିଯୋଗରେ ଏହି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ ଥିଲା। ଏହି ଘଟଣାରେ ୯୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଘର ପୋଡ଼ି ଦିଆଯାଇ ଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories