www.samajalive.in
Monday, December 15, 2025
17.1 C
Bhubaneswar

ଡିଆର୍‌ଏସ୍ ଉପରେ ପ୍ରଶ୍ନ ଉଠାଇଲେ କୋହଲି

ମୋହାଲି: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରିବା ବା ଡିସିସନ୍ ରିଭ୍ୟୁ ସିଷ୍ଟମ୍ (ଡିଆର୍‌ଏସ୍‌)କୁ ସମାଲୋଚନା କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ରବିବାର ୪ର୍ଥ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ୪ ୱିକେଟରେ ପରାଜୟ ପରେ ଡିଆର୍‌ଏସ୍‌ କେତେ ସଠିକ୍ ବୋଲି କୋହଲି ପ୍ରଶ୍ନ ଉଠାଇଛନ୍ତି। ପ୍ରତି ମ୍ୟାଚ୍‌ରେ ଡିଆର୍‌ଏସ୍‌କୁ ନେଇ କଥା ଉଠୁଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ; ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟର ବିନ୍ଧାଣୀ ସାଜିଥିଲେ ଆଷ୍ଟନ୍ ଟର୍ନର। ୪୩ ବଲ୍‌ରୁ ଅପରାଜିତ ୮୪ ରନ୍‌କରି ଟର୍ନର ଦଳକୁ ଜିତାଇଥିଲେ। ତେବେ ତାଙ୍କ ଇନିଂସ ଆରମ୍ଭରେ ତ୍ରୁଟିପୂର୍ଣ୍ଣ ଡିଆର୍‌ଏସ୍ ଯୋଗୁଁ ଟର୍ନର ଆଉଟ ହେବାରୁ ବଞ୍ଚି ଯାଇଥିଲେ। ଏକ କଟ୍ ବିହାଇଣ୍ଡ୍ ଅପିଲ ପରେ ଟର୍ନରଙ୍କୁ ଅମ୍ପାୟାର ନଟ୍‌ଆଉଟ ଘୋଷଣା କରିଥିଲେ। ଭାରତର ରିଭ୍ୟୁ ପରେ ସ୍ନିକୋ ମିଟରରୁ ଜଣା ପଡ଼ିଥିଲା ଯେ ଟର୍ନରଙ୍କ ବ୍ୟାଟ୍‌ରେ ବଲ୍ ବାଜିଥିଲା। ତଥାପି ସେ ନଟ୍‌ଆଉଟ ଘୋଷିତ ହୋଇଥିଲେ। ମ୍ୟାଚ୍‌ରେ ପିଟର ହ୍ୟାଣ୍ଡ୍‌ସକମ୍ବ୍‌ଙ୍କର ଏକ ଷ୍ଟମ୍ପିଂ ଋଷଭ ପନ୍ତ୍‌ ଛାଡ଼ିଥିଲେ ଏବଂ ଭାରତୀୟ ଫିଲ୍‌ଡର କିଛି କ୍ୟାଚ୍ ହାତଛଡ଼ା କରିଥିଲେ। ଏହା ଉପରେ କୋହଲି କହିଛନ୍ତି, ଆମେ ଫିଲ୍‌ଡିଂରେ ଦୁର୍ବଳ ପ୍ରଦର୍ଶନ କରିଥିଲୁ। ଆମକୁ ସୁଯୋଗ ଛାଡ଼ିବାର ନଥିଲା। ପୁଣି ଅଷ୍ଟ୍ରେଲିଆ ଇନିଂସରେ କାକରର ପ୍ରଭାବ ଦେଖିବାକୁ ମିଳିଥିଲା। ପୂରା ମ୍ୟାଚ୍‌​‌େ​‌ର ପିଚ୍ ସମାନ ରହିଥିଲା। ୨ଟି ମ୍ୟାଚ୍‌ରେ କାକର ଆମକୁ ଅସୁବିଧାରେ ପକାଇଛି। ତେବେ ଆମ ଖରାପ ପ୍ରଦର୍ଶନର ଏହା କାରଣ ନୁହେଁ। ଆଷ୍ଟନ୍ (ଟର୍ନର) ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ହ୍ୟାଣ୍ଡ୍‌ସକମ୍ବ୍ ବହୁତ ଭଲ ବ୍ୟାଟିଂ କରିଥିଲେ। ଉସ୍‌ମାନ ଖାୱାଜା ମୂଳରୁ ଇନିଂସ ସମ୍ଭାଳିଥିଲେ। ଅଷ୍ଟ୍ରେଲିଆ ଆମଠାରୁ ଭଲ କ୍ରିକେଟ ଖେଳିଥିଲା; ଯାହା ଆମକୁ ସ୍ବୀକାର କରିବାକୁ ପଡ଼ିବ। କାରଣ ଆମ ବିରୋଧରେ ରେକର୍ଡ ସର୍ବାଧିକ ରନ୍‌ର ପିଛାକରି ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା; ଯାହାର ଏହା ହକ୍‌ଦାର ଥିଲା। ରାଞ୍ଚିରେ ଟସ୍ ଜିତିଥିଲେ ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁଥାଆନ୍ତୁ। ଏଠାରେ ମଧ୍ୟ ଆମେ ବ୍ୟାଟିଂର ନିଷ୍ପତ୍ତି ନେବା ସଠିକ୍ ଥିଲା। ଏହି ମ୍ୟାଚ୍‌ରେ ଆମେ ୫ମ ବୋଲରଙ୍କ କୋଟା ଶୀଘ୍ର ସାରିବାକୁ ଚାହିଁଥିଲୁ। ତେଣୁ କେଦାର ଯାଦବ ଓ ବିଜୟ ଶଙ୍କରଙ୍କୁ ଜଲ୍‌ଦି ୫ ଓଭର ଲେଖାଏଁ ମିଳିଲା। ଯଦି ଦୁହେଁ କାକରରେ ବୋଲିଂ କରିଥାଆନ୍ତେ; ଆମ ପାଇଁ ବହୁତ କଷ୍ଟ ହୋଇଥାଆନ୍ତା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories