www.samajalive.in
Sunday, December 7, 2025
23.1 C
Bhubaneswar

ଆଧୁନିକୀକରଣ, ଯାତ୍ରୀ ସୁବିଧା ଓ ମାଲ ପରିବହନ ବୃଦ୍ଧି ଉପରେ ଗୁରୁତ୍ୱ : ପ୍ରଦୀପ କୁମାର

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ଷ୍ଟେସନକୁ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ରବିବାର ପରିଦର୍ଶନ କରିଛନ୍ତି। ଅପରାହ୍ନରେ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଓ ଅନ୍ୟ ଅଧିକାରୀ ମାନେ ସମ୍ବଲପୁର ରେଳ ଷ୍ଟେସନ ବୁଲି ଦେଖିବା ସହିତ ଯାତ୍ରୀ ସୁବିଧା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହା ପରେ ଷ୍ଟେସନ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ପ୍ରବନ୍ଧକ ପ୍ରଦୀପ କୁମାର କହିଥିଲେ ଯେ, ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ପରାମର୍ଶ କ୍ରମେ ଯାତ୍ରୀ ସୁବିଧାକୁ ଆହୁରି ବୃଦ୍ଧି କରାଯିବ। ଯେପରି ଯାତ୍ରୀ ମାନଙ୍କର ସୁଗମ ଯାତ୍ରାରେ କୌଣସି ଅସୁବିଧା ନ ହେବ ସେଥିପାଇଁ ସମ୍ବଲପୁର ରେଳ ଷ୍ଟେସନର ପରିଦର୍ଶନ ସମୟରେ ଏହା ବିକାଶ ପାଇଁ ଦୁଇ ପ୍ରକାରର ଯୋଜନା ଯଥା ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ହାତକୁ ନିଆଯାଇଛି। ଏହି କ୍ରମରେ ସ୍ୱଳ୍ପ ମିଆଦି ଯୋଜନା ମଧ୍ୟରେ ଷ୍ଟେସନର ଯାତ୍ରୀ ସୁବିଧା ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମେତ ରେଳ ପରିସର ଓ ଆଖପାଖ ଅଞ୍ଚଳ ଗୁଡିକର ଆଲୋକୀକରଣର ବ୍ୟବସ୍ଥା କରାଯିବ। ସେହିଭଳି ଦୀର୍ଘ ମିଆଦୀ ଯୋଜନା ମଧ୍ୟରେ ସମ୍ବଲପୁର ରେଳ ଷ୍ଟେସନ ଠାରେ ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ଆହୁରୀ ଦୁଇଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯିବ ବୋଲି ମଣ୍ଡଳ ପ୍ରବନ୍ଧକ କହିଛନ୍ତି।

- Advertisement -

ଫାଟକ ଷ୍ଟେସନ ବାବଦରେ ପଚରାଯିବାରୁ ସେ କହିଛନ୍ତି ଯେ, ୨୦୧୨ ମସିହାରୁ ହିଁ ରେଳ ଦୋହରୀକରଣ କାର୍ଯ୍ୟ ପାଇଁ ଏହାକୁ ଉଚ୍ଛେଦ କରିବାକୁ ଯୋଜନା କରାଯାଇଛି। ତେବେ ବିଗତ ଦିନରେ ସ୍ଥାନୀୟ ଜନତାଙ୍କ ତରଫରୁ ଏହି ଷ୍ଟେସନକୁ ରଖିବା ପାଇଁ ଦାବି କରାଯିବାରୁ ବିଶେଷଜ୍ଞ ଦଳ ପୁର୍ନବାର ଅଞ୍ଚଳ ପରିଦର୍ଶନ କରିଥିଲେ। ତେବେ ରେଳ ଲାଇନ ଦୋହରୀକରଣ ନିମନ୍ତେ ଆବଶ୍ୟକ ଜମି ମିଳି ପାରୁ ନ ଥିବାରୁ ବାଧ୍ୟ ହୋଇ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇ ନିର୍ମାଣ ବିଭାଗକୁ କାର୍ଯ୍ୟାରମ୍ଭ ପାଇଁ କୁହାଯାଇଛି। ରେଳ ଲାଇନ ଦୋହରୀକରଣ କାର୍ଯ୍ୟ ଆଗାମୀ ୨୦୨୩ ଶେଷ ସୁଦ୍ଧା ସମ୍ପନ୍ନ କରାଯିବାର ଲକ୍ଷ୍ୟ ରଖାଯାଇଛି। ବିଗତ ବର୍ଷ କରୋନା ମହାମାରୀର ସଙ୍କଟ ସମୟରେ ମଧ୍ୟ ପରିବହନ ଲକ୍ଷ୍ୟ ପୂରଣ କରିବା ସହିତ ଏଥିରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ୧୧ ମିଲିୟନ ଟନ ମାଲ ପରିବହନର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ମଧ୍ୟ ପୂରଣ ହେବ ବୋଲି ସେ ଆଶାବାଦୀ ରହିଛନ୍ତି। ମଣ୍ଡଳରେ ରେଳ ଦୋହରୀକରଣକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ପ୍ରୟାସ କରାଯାଉଛି ବୋଲି ମଣ୍ଡଳ ପ୍ରବନ୍ଧକ କହିଛନ୍ତି। ଏହି ଅବସରରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଏଲ.ଭି.ଏସ.ଏସ. ପାତ୍ରୁଡୁ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories