www.samajalive.in
Sunday, December 14, 2025
17.1 C
Bhubaneswar

ପାନୀୟ ଜଳ ସମସ୍ୟା; ଗ୍ରାମବାସୀଙ୍କ ରାସ୍ତାରୋକ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏହାକୁ ନେଇ ମଙ୍ଗଳବାର ଗ୍ରାମବାସୀମାନେ ରାସ୍ତା ଉପରେ ଗରା ଓ ବାଲ୍‌ଟି ରଖି ଶ୍ରୀରାମଚନ୍ଦ୍ରପୁର ଗ୍ରାମ ମଧ୍ୟରେ ସାକ୍ଷୀଗୋପାଳ ଆଳସରଙ୍ଗ ରାସ୍ତା ଅବରୋଧ କରିଥିଲେ। ଗ୍ରାମବାସୀମାନେ ମେଗା ପାନୀୟ ଜଳ ପ୍ରକଳ୍ପ ଓ ବସୁଧା ଯୋଜନାରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିଯୋଗ କରିଥିଲେ। ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ ରହିଛି। ପାନୀୟ ଜଳ ଆସୁଥିବା ପାଇପ ପୁରୁଣା ଓ ଜାମ୍ ହୋଇଯାଇଛି ଏବଂ ବେଆଇନ ସଂଯୋଗ ଫଳରେ ପାନୀୟ ଜଳ ସଠିକ ଭାବରେ ଆସୁନାହିଁ ବୋଲି ଅଭିଯୋଗ କରିଥିଲେ।

ଖବର ପାଇ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ପୂର୍ବତନ ସରପଞ୍ଚ ଅଶୋକ କୁମାର ରାଉତରାୟ କନିଷ୍ଠ ଯନ୍ତ୍ରୀ ଅନିତା ରାଜ ପଣ୍ଡା ଓ ୱାର୍ଡ ସଭ୍ୟ ଜୟନ୍ତ କୁମାର ନନ୍ଦ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଳସ୍ତର ହ୍ରାସ ଫଳରେ ୫ ଏଚପି ମୋଟର ବଦଳରେ ୨ ଏଚପି ମୋଟର ଯୋଗେ ଜଳ ଯୋଗାଣ ହେଉଛି ଓ ବେଆଇନ ସଂଯୋଗ ଫଳରେ ଜଳ ଯୋଗାଣରେ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି କନିଷ୍ଠ ଯନ୍ତ୍ରୀ ଅନିତା ରାଜ ପଣ୍ଡା ସୂଚନା ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ବେଆଇନ ସଂଯୋଗ ନେଇଥିବା ବ୍ୟକ୍ତିମାନଙ୍କୁ ଏ ସମ୍ପର୍କରେ ଜଣାଇବା ସହିତ ତୁରନ୍ତ ବେଆଇନ ସଂଯୋଗ କାଟିଦେବା ନିମନ୍ତେ ବିଭାଗ ତରଫରୁ ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନେ ଏହାକୁ ଅମାନ୍ୟ କରିବେ ପୁଲିସରେ ଅଭିଯୋଗ କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କୁ ଲିଖିତ ପ୍ରତିଶୃତି ପ୍ରଦାନ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories