www.samajalive.in
Sunday, December 14, 2025
19.1 C
Bhubaneswar

ଓଜନ ନିୟନ୍ତ୍ରିତ ରଖେ ଉଷୁମ ପାଣି

ଆପଣ ସକାଳର ଆରମ୍ଭ ଗରମ ଚା କିମ୍ବା କଫିରୁ କରି ଥାଆନ୍ତି। କିନ୍ତୁ ଥଣ୍ଡା ପାଣି ପିଇଥାଆନ୍ତି। ଏପରି କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଥଣ୍ଡା ପାଣି ବଦଳରେ ଉଷୁମ ପାଣି ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ହୋଇଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ ..

ପାଚନ ତନ୍ତ୍ର ଠିକ ରହିଥାଏ :

- Advertisement -

ଉଷୁମ ପାଣି ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ସବୁଠାରୁ ଅଧିକ ଲାଭ ଶରୀରର ପାଚନ ତନ୍ତ୍ରକୁ ହୋଇଥାଏ। ଉଷୁମ ପାଣି ପିଇବା ଦ୍ବାରା ପାଚନ କ୍ରିୟା ସଠିକ ଭାବେ ହୋଇଥାଏ। ଏହାଦ୍ବାରା ପେଟ ସଫା ରହିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଠାରୁ ମୁକ୍ତି ମିଳିଥାଏ। ଏହାସହ ଗ୍ୟାସ ସମ୍ବନ୍ଧୀୟ ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ।

ଓଜନ ନିୟନ୍ତ୍ରିତ ହୋଇଥାଏ :

ଯଦି ଆପଣ ମୋଟାପଣ ନେଇ ଚିନ୍ତିତ ତେବେ ଉଷୁମ ପାଣି ପିଅନ୍ତୁ। ଏପରି କରିବା ଦ୍ବାରା ପାଚନ କ୍ରିୟା ସଠିକ ଭାବେ ହେବା ସହ ଶରୀରରୁ ଫ୍ୟାଟ ଅଂଶ କମାଇ ଦେଇଥାଏ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ଉଷୁମ ପାଣିରେ ମହୁ ଓ ଲେମ୍ବ ରସ ଚିପୁଡି ପିଇବା ଦ୍ବାରା ଓଜନ ଠିକ ରହିଥାଏ।

ରକ୍ତ ସଞ୍ଚାଳନ ଠିକ କରେ :

ଯଦି ଶରୀରରେ ରକ୍ତ ଠିକ ଭାବେ ସଞ୍ଚାଳନ ହେଉ ନଥାଏ ତେବେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ତେଣୁ ଉଷୁମ ପାଣି ପିଇବା ଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ। ଏହାସହ ରକ୍ତ ଠିକ ଭାବେ ସଞ୍ଚାଳନ ହୋଇଥାଏ। ଏହାସହ ଅନେକ ରୋଗ ଠାରୁ ଲଢିବାକୁ ମଧ୍ୟ ଶରୀରକୁ ଶକ୍ତି ଦେଇଥାଏ। ତେଣୁ ପ୍ରତିଦିନ ଉଷୁମ ପାଣି ପିଇବାର ଅଭ୍ୟାସ କରନ୍ତୁ।

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ :

ଉଷୁମ ପାଣି ପିଇବା ଦ୍ବାରା ପେଟର ଅନେକ ସମସ୍ୟା ଭଲ ହେବା ସହ ମୁହଁର ଚମକ ବୃଦ୍ଧି ହୋଇଥାଏ। ଏହା ମୁହଁକୁ ବ୍ରଣମୁକ୍ତ କରିଥାଏ। କାରଣ ଉଷୁମ ପାଣି ଶରୀର ମଧ୍ୟକୁ ଯାଇ ଦୂଷିତ ପଦାର୍ଥ ବାହାର କରିଥାଏ।

ଥଣ୍ଡା-କାଶରୁ ମୁକ୍ତି :

ଆପଣଙ୍କୁ ଯଦି ଅନେକ ଦିନ ଧରି ଥଣ୍ଡା-କାଶ ଲାଗି ରହୁଥାଏ ତେବେ ନିୟମିତ ଉଷୁମ ପାଣି ପିଇବା ଦ୍ବାରା ସେଥିରୁ ଉପଶମ ମିଳିଥାଏ। ଏହାଦ୍ବାରା କଫ ବାହାରକୁ ନିର୍ଗତ ହୋଇଯାଇଥାଏ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories