www.samajalive.in
Sunday, December 7, 2025
26.1 C
Bhubaneswar

କେତେ ଥର ପିଉଛନ୍ତି ବ୍ଲାକ କଫି ?

ବହୁ ଲୋକଙ୍କୁ ବାରମ୍ବାର ବ୍ଲାକ କଫି, କଫି, ଚା’ପିଇବାକୁ ପସନ୍ଦ ଓ ଅଭ୍ୟାସ। ଏହାସହ କାମ କରିବା ସମୟରେ ଅନେକ ଲୋକଙ୍କୁ ବହୁବାର ବ୍ଲାକ କଫି ପିଇବା ମଧ୍ୟ ପସନ୍ଦ। ମାତ୍ର ଦିନକୁ ଏହାକୁ ଥରେ କିମ୍ବା ୨ ଥର ହିଁ ପିଇବା ଉଚିତ। ଜାଣନ୍ତୁ ଏହାକୁ ଆବଶ୍ୟକତା ଠାରୁ ଅଧିକ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି କ୍ଷତି ହୋଇଥାଏ..
– ଅଧିକ ବ୍ଲାକ କଫି ପିଇବା ଦ୍ୱାରା ମାନସିକ ଉତେଜନା ଜନିତ ହରମୋନ ବୃଦ୍ଧି ପାଇଥାଏ। ଯାଦ୍ୱାରା ଆମକୁ ବ୍ୟସ୍ତବିବ୍ରତ ଲାଗି ଥାଏ।
– ସଠିକ ଭାବେ ନିଦ ହୋଇଥାଏ। ଅନିଦ୍ରା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
– ଶୋଇବା ପୂର୍ବରୁ ବ୍ଲାକ କଫି ଆଦୌ ପିଅନ୍ତୁ ନାହିଁ।
– ଏହାକୁ ଅଧିକ ପିଇବା ଦ୍ୱାରା ଏସିଡ଼ିଟି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
– ଅଧିକ ବ୍ଲାକ କଫି ପିଇବା ଦ୍ୱାରା ଆମେ ଖାଉଥିବା ଖାଦ୍ୟରୁ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ମିଳିପାରିନଥାଏ।

କେତେକଙ୍କର ଅଭ୍ୟାସ ଖାଦ୍ୟ ଖାଇବା ପରେ ମଧ୍ୟ କଫି ପିଇଥାଆନ୍ତି।
ଏଭଳି ଅଭ୍ୟାସ ଥିଲେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ। ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ କିମ୍ବା କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଭୋଜନ ପରେ ତୁରନ୍ତ କଫି ପିଅନ୍ତୁ ନାହିଁ। ଏହାଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡେ। ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ। ପୋଷକ ତତ୍ତ୍ୱ ମଧ୍ୟ ମିଳିନଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ କଫି ପିଇବା ଦ୍ୱାରା ଏସିଡିଟି ମାତ୍ରା ବୃଦ୍ଧି ପାଇଥାଏ।
ଖାଦ୍ୟ ଖାଇବା ପରେ ତୁରନ୍ତ କଫି ପିଇବା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇଥାଏ। ଫଳରେ ହୃଦୟ ଜନିତ ସମସ୍ୟା ସୃଷ୍ଟି କରିବା ସହ ହୃଦୟ ଜନିତ ବିଭିନ୍ନ ରୋଗର କାରଣ ପାଲଟିଥାଏ। ହୃଦଘାତର ମଧ୍ୟ ସମ୍ଭାବନା ରହିଥାଏ। ଖାଦ୍ୟ ଖାଇବା ପରେ ତୁରନ୍ତ ଚା’ କିମ୍ବା କଫି ସେବନ କରନ୍ତୁ ନାହିଁ।
ଯେଉଁମାନଙ୍କର ଚା’ କିମ୍ବା କଫି ପିଇବାର ଅଭ୍ୟାସ ରହିଛି,ସେମାନେ ଖାଦ୍ୟ ଖାଇବାର ୨ କିମ୍ବା ୩ ଘଣ୍ଟା ପରେ କଫି ପିଇପାରିବେ। ଏପରି କରିବା ଦ୍ୱାରା ଖାଦ୍ୟରୁ ପୋଷକ ତତ୍ତ୍ୱ ସଠିକ୍‌‌ ଭାବେ ଅବଶୋଷିତ ହୋଇଥାଏ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories