www.samajalive.in
Saturday, December 6, 2025
16.1 C
Bhubaneswar

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଗୋଟିଏ ଗ୍ଲାସ୍ ଉଷୁମ ପାଣି ; ମିଳିବ ଅଦ୍ଭୁତ ଲାଭ

ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରିଥାଆନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ସାଧାରଣ ଉଷୁମ ପାଣି ଆମ ଶରୀରର ଅନେକ ସମସ୍ୟା ଦୂର କରି ଆମକୁ ସୁସ୍ଥ ରଖିବାରେ ବହୁ ମାତ୍ରାରେ ସାହାଯ୍ୟ କରିଥାଏ। ଦୈନିକ ଉଷୁମ ପାଣି ପିଇବା ଅଭ୍ୟାସ କରିବା ଉଚିତ। ବିଶେଷ କରି ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଖୁବ୍ ଲାଭପ୍ରଦ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବାର ଲାଭ ବିଷୟରେ –

କୋଷ୍ଠକାଠିନ୍ୟ ଦୂର ହୁଏ : ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିୟମିତ ଭାବେ ପିଇଲେ ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ। ଫଳରେ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ହୃଦୟକୁ ସୁସ୍ଥ ରଖେ : ହୃଦରୋଗୀ ସବୁଦିନ ଉଷୁମପାଣି ପିଇବା ଉଚିତ୍। ଏପରି କଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହିତ ହୃଦଘାତ ଆଶଙ୍କା କମ୍ ରହିଥାଏ।
କିଡ୍ନୀ ସମସ୍ୟା ଦୂର ହୁଏ : ପ୍ରତିଦିନ ରାତିରେ ଖାଇ ସାରିବା ପରେ ଅର୍ଥାତ୍ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ କିଡ୍ନୀ ସମସ୍ୟା ଦୂରେଇ ଯାଏ।
ଥଣ୍ଡା କମିଯାଏ : ଥଣ୍ଡା ହୋଇଥିଲେ ପ୍ରତିଦିନ ରାତିରେ ଉଷୁମ ପାଣି ପିଇଲେ ଆରାମ ମିଳେ।
ମେଦବହୁଳତା ଦୂର କରେ: ପ୍ରତିଦିନ ରାତିରେ ଉଷୁମ ପାଣି ପିଇବା ଦ୍ୱାରା ଚର୍ବି କମିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories