www.samajalive.in
Saturday, December 6, 2025
14.1 C
Bhubaneswar

‘ଫନି’ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବାତ୍ୟା ଫନି ଘନୀଭୂତ ହୋଇଛି। ଏହା ଚେନ୍ନାଇ ଠାରୁ ପ୍ରାୟ ୧୦୫୦ କିମି ଦୂରରେ ରହିଥିବାର ଜଣାପଡ଼ିଛି। ଫନି ପ୍ରଭାବ ହେତୁ ବିଶେଷ କରି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ଆସନ୍ତା ଆସନ୍ତା ୨ ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୩ ରୁ ମଧ୍ୟ ଉପକୂଳ ଓଡ଼ିଶାରେ ବର୍ଷା ବଢିପାରେ ବୋଲି କୁହାଯାଇଛି। ଫନି ଚେନ୍ନାଇ ଠାରୁ ୧୦୫୦ କିମି ଦୂରରେ ରହିଥିବା ବେଳେ ଆନ୍ଧ୍ର ମଚ୍ଛଲିପଟନମ ଠାରୁ ୧୨୩୦ କିମିରେ ରହିଛି। ମେ ୧ ସୁଦ୍ଧା ଏହା ଉତ୍ତର-ପଶ୍ଚିମ, ପରେ ଉତ୍ତର-ପୂର୍ବ ମୁହାଁଇବ ବୋଲି ସୂଚନା ମିଳିଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫନିର ପ୍ରଭାବରେ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ମନ୍ନାର, ପୁଡ଼ୁଚେରୀ, କେରଳ ଉପକୂଳରେ ପବନର ଅଧିକ ବେଗ ରହିବ। ଓଡ଼ିଶାରେ ଏହାର ଅତ୍ୟଧିକ ପ୍ରଭାବ ନପଡ଼ିଲେ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଏସଆରସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ମଧ୍ୟମକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories