ସମ୍ବଲପୁର : ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଲକର ବସିଆପଡ଼ା ଜଙ୍ଗଲର ଏକ ଖାତରୁ ରବିବାର ଦୁଇ ହାତୀଙ୍କୁ ବନ ବିଭାଗ ଉଦ୍ଧାର କରିଛି। ସୂଚନା ଯୋଗ୍ୟ, ପାଣି ପିଇବାକୁ ଯାଇଥିବା ଛୁଆହାତୀ ପ୍ରଥମେ ଖାତାରେ ଖସି ପଡ଼ିଥିଲା। ଏହାପରେ ଛୁଆ ହାତୀକୁ ଉଦ୍ଧାର କରିବାକୁ ମାଆହାତୀ ଉଦ୍ୟମ କରିଥିଲା। ସେହି ସମୟରେ ଛୁଆକୁ ଉଦ୍ଧାର କରିବାକୁ ଯାଇ ମାଆ ହାତୀ ମଧ୍ୟ ଖାତରେ ପଡ଼ିଯାଇଥିଲା। ଖବର ପାଇ ସମ୍ବଲପୁର ରେଞ୍ଜ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାଆ ଓ ଛୁଆ ହାତୀକୁ ଉଦ୍ଧାର କରିଛନ୍ତି।
Popular Categories



