ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା। ସଠିକ୍ ସମୟ ପର୍ୟ୍ୟନ୍ତ ଶୋଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ସ୍ୱପ୍ନ ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର କିଛି ଅର୍ଥ ରହିଛି। ଜାଣନ୍ତୁ..
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଝରଣା କିମ୍ବା ନଦୀ କୂଳ ଦେଖିବା ଶୁଭ ସଙ୍କେତ। ଏଭଳି ସ୍ୱପ୍ନ ଦେଖିବା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। କାର୍ୟ୍ୟରେ ସଫଳତା ସହ ଅଟକି ଥିବା କାମ ସମ୍ପୂର୍ଣ୍ଣ ହୋଇଥାଏ।
ସ୍ୱପ୍ନରେ ମନ୍ଦିର କିମ୍ବା ମନ୍ଦିରର ପୂଜାରୀଙ୍କୁ ନିଜକୁ ନଡିଆ, ମିଠା ଦେବା ଦେଖିବା ମଧ୍ୟ ଶୁଭଙ୍କର। ଏଭଳି ସ୍ପପ୍ନ ଦେଖିବାର ଅର୍ଥ ଖୁବ ଶୀଘ୍ର ଅର୍ଥ ପ୍ରାପ୍ତି ସହ ଶୁଭ ଖବର ମିଳିବ। ଜୀବନରେ ଉନ୍ନତି ହୋଇଥାଏ।
ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ମଧ୍ୟ ଶୁଭଙ୍କର। ଏହାଦ୍ୱାରା ଅଟକି ଥିବା କାମରେ ସଫଳତା ମିଳିଥାଏ। ଗୃହରେ ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।
ସ୍ୱପ୍ନରେ ଶୁଆ ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଜୀବନରେ ଶୁଭ କାର୍ୟ୍ୟର ଆରମ୍ଭ ସହ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ।
ଏହି ସ୍ୱପ୍ନ ଦିଏ ଶୁଭ ସଙ୍କେତ..
Popular Categories



