www.samajalive.in
Sunday, December 14, 2025
14.1 C
Bhubaneswar

ପୁଣି ଆସିବ ସର୍କିଟ୍‌-ମୁନ୍ନାଭାଇ ଯୋଡ଼ି

ମୁମ୍ବାଇ: କିଛି ଦିନ ପୂର୍ବରୁ ଯେତେବେଳେ ଅକ୍ଷୟ କୁମାର ‘ୱେଲକମ୍‌-୩’ ଚଳଚ୍ଚିତ୍ରର ଘୋଷଣା କରିଥିଲେ, ସେବେଠାରୁ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଭରି ରହିଛି। ଲୋକେ ଏହି ଚଳଚ୍ଚିତ୍ରର କଳାକାର ଏବଂ କାହାଣୀ ବିଷୟରେ ଜାଣିବାକୁ ବେଶ୍‌ ଆଗ୍ରହୀ। ‘ୱେଲକମ୍‌-୩’ରେ ଅକ୍ଷୟ କୁମାର ଓ ପରେଶ ରାୱଲ ଆସିବା ନିଶ୍ଚିତ। ତେବେ କିଛି ଦିନ ପୂର୍ବରୁ ଖବର ଆସୁଥିଲା ଯେ, ଏଥିରେ ଅରଶଦ ୱାରସୀ ଓ ସଞ୍ଜୟ ଦତ୍ତଙ୍କ ଯୋଡ଼ି ଦେଖିବାକୁ ମିଳିବ। ଆଉ ଏବେ ଅରଶଦ ୱାରସୀ ନିଜେ ଏଥିରେ ମୋହର ଲଗାଇଛନ୍ତି।

ଅରଶଦ ୱାରସୀ ପ୍ରାୟତଃ ଜଣେ ହାସ୍ୟ କଳାକାର ଭାବେ ବେଶ୍‌ ଜଣାଶୁଣା। ସୂଚନା ମୁତାବକ, ନିକଟରେ ଏକ ସାକ୍ଷାତକାରରେ ଅଭିନେତା ନିଜେ ସୂଚନା ଦେଇଛନ୍ତି ଯେ, ସେ ‘ୱେଲକମ୍‌-୩’ରେ ନଜର ଆସିବେ। ଅରଶଦ କହିଛନ୍ତି, ମୁଁ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବାକୁ ଯାଉଛି। ଏଥିରେ ମୁଁ, ଅକ୍ଷୟ କୁମାର, ସଞ୍ଜୟ ଦତ୍ତ, ପରେଶ ରାୱଲ ଏବଂ ଆହୁରି ଅନେକ କଳାକାର ନଜର ଆସିବେ।

- Advertisement -

ଏଠାରେ ସୂଚନାଯୋଗ୍ୟ, ‘ମୁନ୍ନାଭାଇ ଏମ୍‌ବିବିଏସ୍‌’ରେ ଅରଶଦ ୱାରସୀ ଓ ସଞ୍ଜୟ ଦତ୍ତଙ୍କ ସର୍କିଟ୍‌-ମୁନ୍ନାଭାଇ ଯୋଡ଼ି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଆଜି ବି ଏହି ଯୋଡ଼ିକୁ ପରଦାରେ ଏକାଠି ଦେଖିବାକୁ ଦର୍ଶକ ବେଶ୍‌ ଉତ୍ସାହିତ। ‘ୱେଲକମ୍‌-୩’ରେ ଉଭୟ ଥିବା ଜାଣିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ଦୁଇ ଗୁଣା ହୋଇଯିବ ନିଶ୍ଚୟ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories