ନୂଆଦିଲ୍ଲୀ :ଚୀନ ସାମଗ୍ରୀ ବର୍ଜନ ଆହ୍ବାନରେ ସାମିଲ ହୋଇଛି ରାଜଧାନୀ ଦିଲ୍ଲୀର ହୋଟେଲ ସଙ୍ଘ। ଦିଲ୍ଲୀର କୌଣସି ହୋଟେଲ କିମ୍ବା ଅତିଥି ଭବନରେ ଅବସ୍ଥାନ ପାଇଁ ଚୀନ ନାଗରିକଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜଧାନୀ ଦିଲ୍ଲୀରେ ଥିବା ପ୍ରାୟ ୩ହଜାର ମଧ୍ୟମଧରଣର ହୋଟେଲ ତଥା ରେସ୍ତୋରାଁ କର୍ତ୍ତୃପକ୍ଷ ଚୀନ ନାଗରିକ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଏହି ହୋଟେଲଗୁଡ଼ିକରେ ପ୍ରାୟ ୭୫ହଜାର କୋଠରି ରହିଛି। ଏଥିସହିତ ହୋଟେଲ ସଙ୍ଘ କୌଣସି ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର ନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ସଂଘର ନିଷ୍ପତ୍ତିକୁ ସର୍ବଭାରତୀୟ ବାଣିଜ୍ୟ ମହାସଂଘ (ସିଏଆଇଟି) ସମର୍ଥନ କରିଛି ବୋଲି କହିଛନ୍ତି ସଭାପତି ସନ୍ଦୀପ ଓ ସମ୍ପାଦକ ମହେନ୍ଦ୍ର ଗୁପ୍ତା।
Popular Categories



