www.samajalive.in
Monday, December 15, 2025
15.1 C
Bhubaneswar

କୁଷ୍ଠ କଲୋନିବାସୀଙ୍କ ସହିତ ନିଜ ଘରେ ସାଙ୍ଗରେ ଖାଇଲେ ଡ଼ାକ୍ତର ଶଙ୍କର ରାମଚନ୍ଦାନୀ

ବୁର୍ଲା : କୁଷ୍ଠ ରୋଗୀଙ୍କୁ ଲୋକେ ଘୃଣା ଦୃଷ୍ଟିରେ ଦେଖୁଥିବା ବେଳେ ସମାଜକୁ ଏକ ବାର୍ତ୍ତା ଦେବାକୁ ଯାଇ ଭିମସାରର ସହକାରୀ ପ୍ରଫେସର ଡ଼ାକ୍ତର ଶଙ୍କର ରାମଚନ୍ଦାନୀ ନିଜ ଘରେ ରୋଗୀଙ୍କୁ ଭୋଜନ କରାଇବା ସହିତ ସାଙ୍ଗରେ ବସି ଖାଇଥିଲେ। ପୁର୍ବରୁ ମଧ୍ୟ କେତେବେଳେ କୃଷ୍ଟ ରୋଗୀଙ୍କୁ କାନ୍ଧରେ ବୋହି ରାସ୍ତା ପାରି କରିଛନ୍ତି ତ ଆଉ କେତେବେଳେ ନିଜ ଗାଡିରେ ନେଇ ମେଡିକାଲକୁ ଚିକିତ୍ସା କରାଇଛନ୍ତି । ସେହିପରି ଡାକ୍ତର ରାମଚନ୍ଦାନୀଙ୍କ ଜନ୍ମଦିନ ଥିବାରୁ ୮ ରୁ୧୦ଜଣ କୁଷ୍ଠ ରୋଗୀଙ୍କୁ ଭୋଜନ କରିବାର ବ୍ୟବସ୍ଥା କରିବା ସହିତ ସେମାନଙ୍କ ସହିତ ଏକାସାଙ୍ଗରେ ବସି ନିଜେ ମଧ୍ୟ ଭୋଜନ କରି ସମାଜକୁ ଏକ ବାର୍ତା ଦେଇଥିବା ଦେଖିବାକୁ ମିଳିଛି। ଡାକ୍ତର ରାମଚନ୍ଦାନୀଙ୍କ ଏଭଳି ପଦକ୍ଷେପ ଏବେ ସାମାଜିକ ଗଣମାଧ୍ୟଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟୁଛି । ବୁର୍ଲା ଜୁହ୍ନାପାଣି କୁଷ୍ଠ କଲୋନୀକୁ ପୋଷ୍ୟ ଗ୍ରାମ ଭାବେ ଡ଼ାକ୍ତର ଶଙ୍କର ରାମଚନ୍ଦାନୀ ଗ୍ରହଣ କରିଛନ୍ତି । ଏଠାରେ ବସବାସ କରୁଥିବା କୁଷ୍ଠରୋଗୀଙ୍କୁ ଅନେକ କ୍ଷେତ୍ରରେ ସହାୟତା ପ୍ରଦାନ କରି ଆସୁଛନ୍ତି । ସମାଜରେ କୁଷ୍ଠରୋଗୀଙ୍କ ପ୍ରତି ଲୋକଙ୍କ ମଧ୍ୟରେ ରହିଥିବା ମନୋଭାବ ଏବଂ ଘୃଣାଭାବକୁ ଦୁର କରିବା ପାଇଁ ଉଦ୍ୟମ କରିଥିବା ନଜିର ରହିଛି ।  ଡାକ୍ତର ରାମଚନ୍ଦାନୀଙ୍କ ଜନ୍ମଦିବସ ଅବସରରେ କୁଷ୍ଠରୋଗୀ କଲୋନିର ପ୍ରାୟ ୮ ରୁ ୧୦ ଜଣ ମହିଳା କୁଷ୍ଠ ରୋଗୀଙ୍କୁ ଭୋଜନର ବ୍ୟବସ୍ଥା କରିଥିଲେ। ଡାକ୍ତର ରାମଚନ୍ଦାନୀ ଏହି କୁଷ୍ଠରୋଗୀ ବୃଦ୍ଧା ମାନଙ୍କୁ ନିଜ ଘର ମଧ୍ୟରେ ବସାଇ ଭୋଜନ କରାଇଛନ୍ତି। କେବଳ ଏତିକି ନୁହେଁ ନିଜେ ଡାକ୍ତର ରାମଚନ୍ଦାନୀ ବୃଦ୍ଧା ମାନଙ୍କ ସହିତ ଏକାଠି ବସି ନିଜେ ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିବା ଦେଖିବାକୁ ମିଳିଛି । ଡାକ୍ତର ରାମଚନ୍ଦାନୀ ନିଜେ ଜଣେ ଡାକ୍ତର ହେବା ସହିତ ସମାଜରେ କୁଷ୍ଟରୋଗୀଙ୍କ ପ୍ରତି ଲୋକଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସ ଏବଂ ଭ୍ରମକୁ ଦୁର କରିବା ପାଇଁ ଏଭଳି ବାର୍ତ୍ତା ଦେଇଥିବା ସେ କହିଛନ୍ତି । କୁଷ୍ଠରୋଗୀ ମାନଙ୍କୁ ମଧ୍ୟ ସମାଜ ଘୃଣା ଦୃଷ୍ଟିରେ ନ ଦେଖିବା ସହିତ ସେମାନେ ମଧ୍ୟ ସାଧାରଣ ଲୋକଙ୍କ ଭଳି ତଥା ଲୋକଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ ଲୋକେ ଦୂର କରନ୍ତୁ ବୋଲି ଡାକ୍ତର ରାମଚନ୍ଦାନୀ ମତବ୍ୟକ୍ତ କରିଛନ୍ତି । ତାଙ୍କର ଏଭଳି ପ୍ରୟାସ ପୁଣି ଆଜି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories