www.samajalive.in
Monday, December 15, 2025
26.1 C
Bhubaneswar

ଡା. ପ୍ରଶାନ୍ତ ଗର୍ଗ ଏଲଭିପିଇଆଇର ନୂତନ ମୁଖ୍ୟ

ଭୁବନେଶ୍ୱର: ଡା. ପ୍ରଶାନ୍ତ ଗର୍ଗ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲଭିପିଇଆଇ)ର ଏକ୍‍ଜିକ୍ୟୁଟିଭ ଚେୟାର ଭାବରେ ଡା.ଗୁଲାପାଲି ଏନ୍‍ ରାଓଙ୍କ ସ୍ଥାନରେ ଅବସ୍ଥାପିତ ହେବେ। ଡା. ଗର୍ଗ ଏହି ନୂତନ ଦାୟିତ୍ୱ ୨୦୨୧ ଅକ୍ଟୋବରରୁ ଗ୍ରହଣ କରୁଥିବା ଏଲଭିପିଇଆଇ ପକ୍ଷରୁ ଘୋଷଣା କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଉତ୍କୃଷ୍ଟ ଓ ବ୍ୟାପକ ଚକ୍ଷୁ ସେବା ଯତ୍ନ ପ୍ରଦାନ ଉଦ୍ଦେଶ୍ୟରେ ଡା.ଗୁଲାପାଲି ଏନ୍‍ ରାଓ ୧୯୮୭ରେ ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ। ଏହା ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ଅଣ-ଲାଭଦାୟକ ଚକ୍ଷୁ ସ୍ୱାସ୍ଥ୍ୟ ଅନୁଷ୍ଠାନ। ଗତ ତିନି ଦଶନ୍ଧି ଧରି ଡା.ରାଓଙ୍କ ଦୃଢ ନେତୃତ୍ୱ ବଳରେ ଏଲଭିପିଇଆଇ ୩ କୋଟି ୨୧ ଲକ୍ଷ ଲୋକଙ୍କୁ ସେବା ପ୍ରଦାନ କରିଛି। ସେମାନଙ୍କ ମଧ୍ୟରୁ ୫୦%ଙ୍କୁ ଜଟିଳତା ନିର୍ବିଶେଷରେ ମାଗଣାରେ ସେବା ପ୍ରଦାନ କରାଯାଇଛି। ଡା.ରାଓ ଜଣେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚକ୍ଷୁ ବିଶେଷଜ୍ଞ। ଡାକ୍ତର ରାଓ ଏହି ଅବସରରେ କହିଛନ୍ତି, ସେ ଏହି ଦାୟିତ୍ୱକୁ ତାଙ୍କ ଉତ୍ତରାଧିକାରୀ ପ୍ରଶାନ୍ତ ଗର୍ଗଙ୍କୁ ହସ୍ତାନ୍ତର କରୁଛନ୍ତି ଏବଂ ଆଶା କରୁଛନ୍ତି ଯେ ସେ ଏଲଭିପିଇଆଇକୁ ଏକ ନୂତନ ଶିଖରରେ ପହଞ୍ଚାଇବେ। ଏଲଭିପିଇଆଇ ଏହାର ସେବାର ପ୍ରସାର କରିବ, ଅପହଞ୍ଚଙ୍କ ନିକଟରେ ପହଞ୍ଚିବ ଓ ଅନେକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ସମସ୍ତଙ୍କୁ ଉତ୍କୃଷ୍ଟ ଚକ୍ଷୁ ଯତ୍ନ ସେବା ପ୍ରଦାନର ଧାରା ଜାରି ରଖିବା ନେଇ ସେ ଦୃଢ ଆଶା ପୋଷଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡା.ଗୁଲାପାଲି ଏନ୍‍ ରାଓ ଏଲଭିପିଇଆଇକୁ ଦିଗ୍‍ଦର୍ଶନ ପ୍ରଦାନ ଜାରି ରଖିବେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories