ଜି.ଉଦୟଗିରି : ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ରାଇକିଆ ମୁଖ୍ୟ ରାସ୍ତା କଡ଼ରେ ଥିବା ପାଖାପାଖି ତିନି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଦୀର୍ଘ ଦିନ ଧରି ବନ୍ଦ ଥିବା ଏକ ଷ୍ଟେସେନାରୀ ଓ ଗିଫ୍ଟ ଦୋକାନରେ ପ୍ରଥମେ ନିଆଁ ଲାଗି ପାଖରେ ଥିବା ଅନ୍ୟ ଦୁଇ ଦୋକାନକୁ (ତେଜରାତି ଓ ଲୁଗା ଦୋକାନ) ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ରାଇକିଆ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଅଗ୍ନିଶମ ଗାଡିର ପାଣି ସରିଯିବାରୁ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଦେଇଥିବା ବେଳେ ପୁଣି ଅଗ୍ନିଶମ ବିଭାଗ ପାଣି ଆଣି ନିଆଁ ଲିଭାଇବା କାର୍ଯ୍ୟ ଚାଲୁ ରଖିବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇ ନଥିବା ଜଣାପଡିଛି।
Popular Categories



