www.samajalive.in
Monday, December 15, 2025
26.1 C
Bhubaneswar

ଡ. ଗୁଲାଟୀଙ୍କ ଅବିକଳ ଚେହେରାର ଥିବା ବ୍ୟକ୍ତି

ବହୁ ଚର୍ଚ୍ଚିତ ହାସ୍ୟରସାତ୍ମକ କାର୍ୟ୍ୟକ୍ରମ ‘ଦ କପିଲ ଶର୍ମା ଶୋ’ର ସବୁଠୁ ଲୋକପ୍ରିୟ ଚରିତ୍ର ଥିଲେ କପିଲ ଓ ଡକ୍ଟର ମଶହୂର ଗୁଲାଟୀ। ଡାକ୍ତର ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ ଅଭିନେତା ସୁନିଲ ଗ୍ରୋଭର। ତେବେ କପିଲ ଓ ସୁନିଲଙ୍କ ବ୍ୟକ୍ତିଗତ ବଚସା କାରଣରୁ କାର୍ୟ୍ୟକ୍ରମଟି ମାସ କେଇଟାରେ ବନ୍ଦ ହୋଇଯାଇଥିଲା।

ହେଲେ ଆଜି ପର୍ୟ୍ୟନ୍ତ ଦର୍ଶକଙ୍କ ମନରୁ ଲିଭିନାହିଁ ଡକ୍ଟର ମଶହୂର ଗୁଲାଟୀ ଚରିତ୍ର। ଏଇ ନିକଟରେ ଭାରତୀୟ କଳାକାର ତଥା ଗାୟକ ଭାବେ ଜଣାଯାଉଥିବା ମ୍ୟାଙ୍ଗ୍ ଚ୍ୟାଙ୍ଗ୍ ଶ୍ରୀଲଙ୍କାରେ ଛୁଟି କାଟୁଥିଲେ। ସେଠା ସମୁଦ୍ରକୂଳରେ ବୁଲୁଥିବା ସମୟରେ ମ୍ୟାଙ୍ଗ୍ ଭେଟିଥିଲେ ଜଣେ ବ୍ୟକ୍ତିଙ୍କୁ, ଯାହାଙ୍କ ଚେହେରା ଡକ୍ଟର ମଶହୂର ଗୁଲାଟୀ ଚେହେରା ସହ ସମ୍ପୂର୍ଣ୍ଣ ମେଳ ଖାଉଥିଲା।

- Advertisement -

ମ୍ୟାଙ୍ଗ୍ ଆଉ ବିଳମ୍ବ ନ କରି ତୁରନ୍ତ ସେହି ବ୍ୟକ୍ତିର ଫଟୋ ଟ୍ବିଟର ସୋସିଆଲ ଆକାଉଣ୍ଟରେ ଅପଲୋଡ କରିଥିଲେ। ତେବେ ସୁନିଲ ନିଜେ ଏହି ଫଟୋ ଦେଖିବା ପରେ ଉଲ୍ଲେଖ କରିଛନ୍ତି ଯେ ‘ଐସା କୌନ୍ ଦିଖତା ହୈ ଭାଇ’! ପ୍ରଶଂସକ ଏଯାଏ ତାଙ୍କ ଚରିତ୍ରକୁ ଭୁଲିନାହାନ୍ତି, ଏହା ତାଙ୍କ ପାଇଁ ବଡ଼ ପୁରସ୍କାର ବୋଲି କହିଛନ୍ତି ସୁନିଲ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories