www.samajalive.in
Sunday, December 14, 2025
14.1 C
Bhubaneswar

ଦୀପିକା ହେବେ ଦ୍ରୌପଦୀ

କେଶ ଅମ୍ବାନୀଙ୍କ ପ୍ରଯୋଜନାରେ ବଲିଉଡର ସବୁଠୁ ବ୍ୟବୟବହୁଳ ଚଳଚ୍ଚିତ୍ର ‘ମହାଭାରତ’ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଶୁଣାଯାଉଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ସୂତ୍ରଧାର ଦାୟିତ୍ବରେ ଅଛନ୍ତି ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମୀର ଖାନ୍।

ମିଳିଥିବା ଖବର ଅନୁସାରେ ଅମୀର ଏଥିରେ କୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। ତେବେ ମହାଭାରତର ଅନ୍ୟତମ ମୁଖ୍ୟ ଚରିତ୍ର ଦ୍ରୌପଦୀ ନିମନ୍ତେ ଦୀପିକା ପାଦୁକୋନଙ୍କୁ ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ଐତିହାସିକ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବିବାଦରେ ଛନ୍ଦି ହୋଇପଡ଼ିଥିବା ଦୀପିକା ଏହି ଚରିତ୍ର ନିମନ୍ତେ ବର୍ତ୍ତମାନ ପର୍ୟ୍ୟନ୍ତ ସମ୍ମତି ଜଣାଇନାହାନ୍ତି। ଏହା ବାଦ୍ ଅନ୍ୟ ଏକ ଅସୁବିଧା ହେଉଛି ଦୀପିକାଙ୍କ ବିବାହ।

- Advertisement -

ମହାଭାରତର ଚରିତ୍ର ନିମନ୍ତେ ଦୀପିକା ଚୁକ୍ତି କଲେ ତାଙ୍କ ବିବାହ ୨ ବର୍ଷ ପର୍ୟ୍ୟନ୍ତ ଘୁଞ୍ଚିବାର ଆଶଙ୍କା ରହିଛି। ଏଣୁ ଦ୍ରୌପଦୀ ଚରିତ୍ର ନିମନ୍ତେ ସେ ହଁ କହି​‌ବେ କି ନାହିଁ, ସେ ନେଇ ବର୍ତ୍ତମାନ ପର୍ୟ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ହଜାରେ କୋଟିର ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବାର ଯୋଜନା ରହିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories